ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷ ନିଶ୍ଚିତ: ହାସିମୋଟୋ

Advertisment
ଅଲିମ୍ପିକ୍ସ ପୂର୍ବରୁ ଜାପାନରେ ଜନ ଟିକାକରଣ କେନ୍ଦ୍ର

Times of India

ଟୋକିଓ: କ‌ରୋନା ମହାମାରୀ ଯୋଗୁଁ ଗୋଟିଏ ବର୍ଷ ଘୁଞ୍ଚିଯାଇଥିବା ଟୋକିଓ ଅଲିମ୍ପିକ୍ସ କିନ୍ତୁ ଆସନ୍ତାବର୍ଷ ନିଶ୍ଚିତ ହେବ। ଯେକୌଣସି ପରିସ୍ଥିତିରେ ମଧ୍ୟ ଏହି ଅଲିମ୍ପିକ୍ସ ଆୟୋଜନ ହେବ। ଏଥିରେ ସଂପୃକ୍ତ ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନ ଏକାଠି ମିଶି ପ୍ରସ୍ତୁତି କାର୍ଯ୍ୟ ଚଳାଇଛନ୍ତି ଏବଂ ୨୦୨୧ରେ ଏହାର ଆୟୋଜନକୁ କେହି ରୋକିପାରିବେନି ବୋଲି ମଙ୍ଗଳବାର କହିଛନ୍ତି ଜାପାନ ଅଲିମ୍ପିକ୍‌ ମନ୍ତ୍ରୀ ସିକୋ ହାସିମୋଟୋ। ନୋଭେଲ୍‌ କରୋନା ମହାମାରୀର ଆହ୍ବାନ ସତ୍ତ୍ବେ ଆଥ୍‌ଲେଟ୍‌ମାନଙ୍କ ଫାଇଦା ପାଇଁ ଅଲିମ୍ପିକ୍ସ ଆୟୋଜନ ହେବା ଉଚିତ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ହାସିମୋଟୋ।

ଜାପାନ ସରକାର ଏବଂ ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି ଏହି ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ଗତ ମାର୍ଚ୍ଚରେ ମିଳିତ ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ଜୁଲାଇରେ ଏହି ଅଲିମ୍ପିକ୍ସ ହେବାକୁ ଥିଲା ବେଳେ ପରିବର୍ତିତ ନିଷ୍ପତ୍ତି ଅନୁଯାୟୀ ଏହା ଜୁଲାଇ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ସେହି ଦୃଷ୍ଟିରୁ କାମ ଆଗେଇ ଚାଲିଥିଲା ବେଳେ ଆଥ୍‌ଲେଟ୍‌ମାନେ ମଧ୍ୟ ସେମାନଙ୍କ ପ୍ରସ୍ତୁତିକୁ ଜୋର୍‌ଦାର କରିଛନ୍ତି। ତେଣୁ ଯେକୌଣସି ପ୍ରକାରେ ଆମେ ଆସନ୍ତାବର୍ଷ ଅଲିମ୍ପିକ୍ସକୁ ଆୟୋଜନ କରିବୁ ବୋଲି ହାସିମୋଟୋ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କରୋନା ମହାମାରୀ ସ‌ତ୍ତ୍ବେ ଜାପାନ ସରକାରଙ୍କ ଅଧିକାରୀ, ଟୋକିଓ ପ୍ରଶାସନ ଏବଂ ଅଲିମ୍ପିକ୍‌ ଆୟୋଜନ କମିଟି ପ୍ରଥମ ଥର ପାଇଁ ଗତ ସପ୍ତାହରେ ମିଳିତ ହୋଇଥିଲେ। ଅଲିମ୍ପିକ୍ସ ବେଳେ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ବିକଶିତ ପଦକ୍ଷେପ ନେବାକୁ ଏହି ଅବସରରେ ଆଲୋଚନା କରିଥିଲେ। ବିଶେଷକରି କରୋନା ମହାମାରୀ ଯୋଗୁଁ ବିଦେଶୀ ଆଥ୍‌ଲେଟ୍‌ଙ୍କ ଭ୍ରମଣ କଟକଣା, ଆଥ୍‌ଲେଟ୍‌ ଗ୍ରାମରେ ଭୂତାଣୁ ନିରୋଧୀ ପଦକ୍ଷେପ ଏବଂ ଦର୍ଶକଙ୍କୁ କିପରି ପରିଚାଳନା କରାଯିବ ସେନେଇ ଆୟୋଜକମାନେ ନଜର ରଖିଛନ୍ତି ବୋଲି ହାସିମୋଟୋ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe