ଟୋକିଓ ପାରାଲିମ୍ପିକ୍ସ୍‌‌ ବ୍ୟାଡ୍‌ମିଣ୍ଟନ୍‌ ମ୍ୟାଚ୍‌ରେ ସ୍ବର୍ଣ୍ଣ ପଦକ ଜିଣିଲେ କୃଷ୍ଣ ନାଗର

ଟୋକିଓ ପାରାଲିମ୍ପିକ୍ସ୍‌‌ ବ୍ୟାଡ୍‌ମିଣ୍ଟନ୍‌ ମ୍ୟାଚ୍‌ରେ ସ୍ବର୍ଣ୍ଣ ପଦକ ଜିଣିଲେ କୃଷ୍ଣ ନାଗର

Image Courtesy of NDTV

ଟୋକିଓ: ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍‌ କ୍ରୀଡ଼ାର ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଫାଇନାଲ୍‌ରେ ଆଜି ଭାରତୀୟ ଖେଳାଳି କୃଷ୍ଣ ନାଗର ‘ପୁରୁଷ ସିଙ୍ଗଲ୍‌ସ୍’ରେ (ଏସ୍‌ଏସଚ୍‌୬) ହଙ୍ଗକଙ୍ଗ୍‌ର ଚୁ’ ମାନ୍ କାଇଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।

ଏହି ଚୂଡ଼ାନ୍ତ ପ୍ରତିଯୋଗିତାରେ ନାଗର ୨୧-୧୭,୧୬-୨୧,୨୧-୧୭ରେ କାଇଙ୍କୁ ପରାସ୍ତ କରିଛନ୍ତି। ଜଣେ ବାସ୍ତବ ଚାମ୍ପିଅନ୍‌ ଭଳି କ୍ରୀଡ଼ା ନୈପୂଣ୍ୟ ପ୍ରଦର୍ଶନ କରି ଜଟିଳ ପରିସ୍ଥିତିରେ ପ୍ରତିଦ୍ବନ୍ଦ୍ବିତା କରି ସେ ବିଜୟ ମଣ୍ଡିତ ‌ହୋଇଛନ୍ତି।

ଆଜିର ପ୍ରଥମ ଗେମ୍‌ରେ ନାଗର ହଙ୍ଗ୍‌କଙ୍ଗ୍‌ର ମାନ୍‌ କାଇଙ୍କୁ ୨୧-୧୭ରେ ପରାସ୍ତ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ୬-୬ରେ ରହିଥିଲା। ଦ୍ବିତୀୟ ଗେମ୍‌ରେ ନାଗର ମାନ୍‌ କାଇଙ୍କ ଠାରୁ ପରାସ୍ତ ହୋଇଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ଗେମ୍‌ରେ ନାଗର ୫-୧ରେ ଅଗ୍ରଣୀ ରହିଥିବା ପରେ ଚତୁର୍ଥ ଗେମ୍‌ରେ ମାନ୍‌ କାଇଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

publive-image Image Courtesy of Sports Star

ଗତକାଲି ସେମି-ଫାଇନାଲ୍‌ରେ ସେ ପ୍ରତିଦ୍ବନ୍ଦ୍ବୀ ଖେଳାଳି ଗ୍ରେଟ୍‌ ବ୍ରିଟେନ୍‌ର କ୍ରିଷ୍ଟେନ୍‌ କୁମ୍‌ଙ୍କୁ ୨୧-୧୦, ୨୧-୧୧ରେ ପରାସ୍ତ କରିଥିଲେ। କୋର୍ଟ ନମ୍ବର ୧ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ କୃଷ୍ଣ ନାଗର ମାତ୍ର ୨୬ ମିନିଟ୍‌ରେ କୁମ୍‌ସ୍‌ଙ୍କ ଠାରୁ ଆଗୁଆ ରହିଥିଲେ। ବିଚକ୍ଷଣ ଦକ୍ଷତା ପ୍ରଦର୍ଶନ କରି ୨୨ ବର୍ଷିୟ ନାଗର ଖେଳର ମଧ୍ୟାନ୍ତର ବେଳକୁ ୧୧-୬ରେ ଅଗ୍ରଣୀ ରହିଥିଲେ। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ମାତ୍ର ୧୧ ମିନିଟ୍‌ରେ ୨୧-୧୦ ହାସଲ କରି ସେ ଅଗ୍ରଣୀ ରହିବା ବଜାୟ ରଖିଥିଲେ।

ଏହା ହେଉଛି ବ୍ୟାଡ୍‌ମିଣ୍ଟନ୍‌ ଖେଳରେ ଭାରତର ଦ୍ବିତୀୟ ସ୍ବର୍ଣ୍ଣ ପଦକ। ତାଙ୍କ ପଦକକୁ ମିଶାଇ ଏଥର ପାରାଲିମ୍ପିକ୍‌ କ୍ରୀଡ଼ାରେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୫ରେ ପହଞ୍ଚିବା ସହ ସମୁଦାୟ ପଦକ ସଂଖ୍ୟା ୧୯ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe