ଟୋକିଓ: ଆଜି ଟୋକିଓ ପାରାଲିମ୍ପିକ୍ କ୍ରୀଡ଼ାରେ ଆୟୋଜିତ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ନଇଡ଼ାର ମାଜିଷ୍ଟ୍ରେଟ୍ ତଥା ଭାରତୀୟ ପାରା-ବ୍ୟାଡ୍ମିଣ୍ଟନ୍ ଖେଳାଳି ସୁହାସ ଏଲ୍ ଯତିରାଜ ‘ପୁରୁଷ ସିଙ୍ଗଲ୍ସ୍ ଏସ୍ଏଲ୍୪’ ସେମି-ଫାଇନାଲ୍ର ‘ଷ୍ଟ୍ରେଟ୍ ସେଟ୍’ରେ ବିଜୟ ଲାଭ କରିଛନ୍ତି। ତାଙ୍କର ଏହି ସଫଳତାରେ ମଧ୍ୟ ଭାରତ ଅନ୍ୟୂନ ରୌପ୍ୟପଦକଟିଏ ହାସଲ କରିବ।
ପ୍ରଥମ ‘ସିଭିଲ୍ ସର୍ଭାଣ୍ଟ୍’ (ଆଇ.ଏ.ଏସ୍) ଭାବେ ଟୋକିଓ ପାରାଲିମ୍ପିକ୍ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଯତିରାଜ ୩୧ ମିନିଟ୍ ଧରି ଚାଲିଥିବା ଖେଳରେ ଇଣ୍ଡୋନେସିଆର ଫ୍ରେଡି ସେତିଆୱାନ୍ଙ୍କୁ ୨୧-୯, ୨୧-୧୫ରେ ପରାସ୍ତ କରିଛନ୍ତି।
Image Courtesy of Outlook Indiaପ୍ରତିଯୋଗିତାର ପ୍ରାରମ୍ଭରୁ ହିଁ ସୁହାସ ଚମତ୍କାର ପାରଦର୍ଶିତା ପ୍ରଦର୍ଶନ କରି ସେତିଆୱାନ୍ ଚାପଗ୍ରସ୍ତ କରିପକାଇଥିଲେ। ଭାରତୀୟ ଖେଳାଳି ସୁହାସ ୨୧-୯ରେ ପ୍ରଥମ ଗେମ୍ ଜିଣିଥିଲେ।
ଦ୍ବିତୀୟ ଗେମ୍ର ସୁହାସ ଅଗ୍ରଣୀ ହେବା ପୂର୍ବରୁ ଦୁଇଜଣଙ୍କ ମଧ୍ୟରେ ସମ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏହାପରେ ସୁହାସ ଅନାୟାସରେ ୨୧-୧୫ରେ ସେତିଆୱାନ୍ଙ୍କୁ ପରାସ୍ତ କରି ଗେମ୍ରେ ବିଜୟୀ ହୋଇଥିଲେ।
Image Courtesy of NDTVଏହାଛଡ଼ା, ଆଜି ‘ପୁରୁଷ ସିଙ୍ଗଲ୍ସ୍ ଏସ୍ଏଲ୍୩’ ସେମିଫାଇନାଲ୍ ମ୍ୟାଚ୍ର ‘ଷ୍ଟ୍ରେଟ୍ ସେଟ୍’ରେ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଖେଳାଳି ମନୋଜ ସର୍କାର ପରାସ୍ତ ହୋଇଛନ୍ତି। ଗ୍ରେଟ୍ ବ୍ରିଟେନ୍ର ଡାନିଏଲ୍ ବିଥେଲ୍ ତାଙ୍କୁ ୩୮ ମିନିଟ୍ର ସେମି-ଫାଇନାଲ୍ରେ ୨୧-୮, ୨୧-୧୦ରେ ପରାସ୍ତ କରିଛନ୍ତି। ତେଣୁ, ମନୋଜଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିବ।
Follow Us