ଆଇପିଏଲ୍‌-୨୦୨୦ର ଶ୍ରେଷ୍ଠ ୧୦ ଦ୍ରୁତ ବୋଲର, ସର୍ବାଗ୍ରେ ଅନ୍‌ରିକ୍‌ ନର୍ଖିୟା

Advertisment
ଆଇପିଏଲ୍‌-୨୦୨୦ର ଶ୍ରେଷ୍ଠ ୧୦ ଦ୍ରୁତ ବୋଲର, ସର୍ବାଗ୍ରେ ଅନ୍‌ରିକ୍‌ ନର୍ଖିୟା

ଦୁବାଇ: ମଙ୍ଗଳବାର ଶେଷ ହୋଇଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦ୍ରୁତ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା। ୟୁଏଇ ପରିବେଶ ସ୍ପିନରମାନଙ୍କୁ କିଛିମାତ୍ରାରେ ସହାୟତା କରିଥିଲେ ମଧ୍ୟ ପ୍ରତିଯୋଗିତା ଶେଷ ଆଡ଼କୁ ଫାଇଦା ପାଇଥିଲେ। କିନ୍ତୁ ପୂରା ପ୍ରତିଯୋଗିତାରେ ଦ୍ରୁତ ବୋଲର କମାଲ ଦେଖାଇଥିଲେ। ଦିଲ୍ଲୀ କ୍ୟାପିଟାଲ୍‌ସର ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଦା ସର୍ବାଧିକ ୩୦ ୱିକେଟ୍‌ ଦଖଲ କରି ବାଇଗଣି ଟୋପି ଜିତିଥିଲା ବେଳେ ଦ୍ରୁତ ଗତିରେ ବଲ୍‌ ପକାଇବାରେ ସେହି ଦିଲ୍ଲୀ କ୍ୟାପିଟାଲ୍‌ସର ଅନ୍ୟତମ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଅନ୍‌ରିକ୍‌ ନର୍ଖିୟା ସର୍ବାଗ୍ରେ ରହିଛନ୍ତି। ତାଙ୍କ ନାମରେ ଆଇପିଏଲ୍‌ ଇତିହାସର ଦ୍ରୁତତମ ବଲ୍‌ର କୀର୍ତ୍ତି ରହିଛି। ଏପରିକି ସେ ପ୍ରଥମ ଚାରି ସ୍ଥାନ ମଧ୍ୟ ମାଡ଼ିବସିଛନ୍ତି।publive-image

ଦ୍ରୁତ ଗତିରେ ବୋଲିଂ କରିବାରେ ଚଳିତ ଋତୁରେ ଶ୍ରେଷ୍ଠ ୧୦ ବୋଲରଙ୍କ ତାଲିକା‌ରେ ମାତ୍ର ୩ ଜଣ ହିଁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ନର୍ଖିୟା ୫ ଥର, ରାଜସ୍ଥାନ ରୟାଲ୍‌ସର ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ୪ ଏବଂ କୋଲ୍‌କାତା ନାଇଟ୍ ରାଇଡର୍ସର ନ୍ୟୁଜିଲାଣ୍ଡ୍‌ ଅଲ୍‌ରାଉଣ୍ଡର ଲୋକି ଫର୍ଗୁସନ୍‌ ଥରେ ଦ୍ରୁତ ଗତିରେ ବୋଲିଂ କରିଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe