େଓ୍ଵଲିଂଟନ : ଟ୍ରାନ୍ସ-ତାସମାନ ତ୍ରି-ରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ମଙ୍ଗଳବାର ଖେଳା ଯାଇଥିବା ଚତୁର୍ଥ ମୁକାବିଲାରେ ଘରୋଇ ନ୍ୟୁଜିଲାଣ୍ଡ ୧୨ ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ନେଇ ଖେଳା ଯାଉଥିବା ଏହି ଶୃଙ୍ଖଳାରେ ଏଥିସହିତ ଆୟୋଜକ ନ୍ୟୁଜିଲାଣ୍ଡ ବିଜୟ ଖାତା ଖୋଲିଛି। ଅଧିନାୟକ କେନ୍ ଓ୍ଵିଲିୟମସନ୍ (୭୨ ରନ୍, ୪୬ ବଲ୍, ୪ ଚୌକା, ୪ ଛକା) ଦ୍ରୁତ ଅର୍ଧଶତକ ଅର୍ଜନ କରି ନିଜ ଦଳକୁ ପଥମ ବିଜୟ ଉପହାର ଦେଇଛନ୍ତି।
ବୁଧବାରର ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଇଂଲଣ୍ଡ ଟସ୍ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗପ୍ଟିଲଙ୍କ ୬୫ ରନ୍ ସହ ଓ୍ଵିଲିୟମସନଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୬ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ନିୟମିତ ଓ୍ଵିକେଟ୍ ହରାଇବା ସହ ୨୦ ଓଭରରେ ୯ ଓ୍ଵିକେଟ୍ ବିନିମୟରେ ୧୮୪ ରନ୍ କରି ପାରିଥିଲା। ଓ୍ଵିଲିୟମସନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ୨୦ ଓଭରରେ ୧୯୬/୫ (କେନ୍ ଓ୍ଵିଲିୟମସନ୍ ୭୬, ମାର୍ଟିନ ଗପ୍ଟିଲ ୬୫, ମାର୍କ ଉଡ୍ ୨/୫୧, ଆଦିଲ ରସିଦ ୨/୩୬)। ଇଂଲଣ୍ଡ ୨୦ ଓଭରରେ ୧୮୪/୯ (ଡେଓ୍ଵିଡ୍ ମଲାନ ୫୯, ଆଲେକ୍ସ ହାଲେସ ୪୭, ଡେଭିଡ୍ ଓ୍ଵିଲି ୨୧, ମିଚେଲ ସାଣ୍ଟନର ୨/୨୯, ଈଶ୍ ସୋଢ଼ି ୨/୪୯, ଟ୍ରେଣ୍ଟ ବୋଲ୍ଟ ୨/୪୬)।
ଟ୍ରାନ୍ସ-ତାସମାନ ଟେ୍ଵଣ୍ଟି-୨୦:ନ୍ୟୁଜିଲାଣ୍ଡର ପ୍ରଥମ ବିଜୟ
Advertisment
Follow Us