ଜେଲ୍‌ରେ ସୁଶୀଲଙ୍କ ସୁରକ୍ଷା ପାଇଁ ଗ୍ୟାଙ୍ଗଷ୍ଟରଙ୍କୁ ସ୍ଥାନାନ୍ତର

Advertisment
ସୁଶୀଲଙ୍କ ଜାମିନ ଆବେଦନକୁ ବିରୋଧ; କନିଷ୍ଠ କୁସ୍ତିଯୋଦ୍ଧାଙ୍କୁ ବନ୍ୟପ୍ରାଣୀ ଭଳି ଶିକାର କରୁଥିଲେ

Image Courtesy of India Today

ନୂଆଦିଲ୍ଲୀ: ଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମ୍‌ ଗଣ୍ଡଗୋଳ ଓ ହତ୍ୟାକାଣ୍ଡରେ ଅଭିଯୁକ୍ତ ହୋଇ ହାଜତରେ ଥିବା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ସୁରକ୍ଷିତ ରଖିବା ଲାଗି ମଣ୍ଡୋଲି ଜେଲ୍‌ରୁ କିଛି ଗ୍ୟାଙ୍ଗଷ୍ଟରଙ୍କୁ ତିହାର ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଦୁବାଇରେ ଅବସ୍ଥାପିତ ଗ୍ୟାଙ୍ଗଷ୍ଟର୍ କାଲା ଜାଠେଦି କେଉଁଠି ମଣ୍ଡୋଲି ଜେଲ୍‌ରେ ଥିବା କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ସହଯୋଗୀ ସମ୍ପଦ ନେହେରାକୁ ବାର୍ତା ଦେଇ ସୁଶୀଲଙ୍କୁ ହତ୍ୟା କରିବାକୁ କହିଥିଲେ। ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା କରିବା ଯୋଜନାରେ ଅଭିଯୁକ୍ତ ହୋଇ ସମ୍ପଦ ଜେଲରେ ଅଛନ୍ତି। ଗୁଇନ୍ଦା ବିଭାଗର ସୂଚନାକ୍ରମେ ବିଷ୍ଣୋଇ ଓ ସମ୍ପଦଙ୍କୁ ତିହାର‌ ଜେଲ୍‌କୁ ପଠାଇ ଦିଆଯାଇଛି। ଏହା କିନ୍ତୁ ଜେଲର ନିୟମିତ ପରିବର୍ତନ ବୋଲି ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି। ଏହାଦ୍ବାରା ସୁଶୀଲଙ୍କଠାରୁ ପ୍ରତି‌‌ଶୋଧ ନେବା ଲାଗି ପ୍ରତିପକ୍ଷ ଗ୍ୟାଙ୍ଗଷ୍ଟର୍‌ ଗୋଷ୍ଠୀଙ୍କ ଚକ୍ରାନ୍ତ ଏକପ୍ରକାର ପଣ୍ଡ ହୋଇଛି।

ସୂଚନାଯୋଗ୍ୟ, ମେ’ ୪ ଓ ୫ ତାରିଖ ଛତ୍ରଶାଲ ଷ୍ଟାଡିୟମ୍‌ ଗଣ୍ଡଗୋଳ ଘଟଣାରେ ସାଗର ଧନକର ନାମକ ଜଣେ ଯୁବ କୁସ୍ତିଯୋଦ୍ଧାଙ୍କ ମୃତ୍ୟୁ ହୋଇଯିବା ପରେ ସୁଶୀଲ କୁମାର ଓ ତାଙ୍କ ସାଥୀଙ୍କ ନାମରେ ଏଫଆଇଆର୍‌ ହୋଇଥିଲା। ୩ ସପ୍ତାହ ଧରି ଫେରାର ରହିବା ପରେ ସୁଶୀଲଙ୍କୁ ନୂଆଦିଲ୍ଲୀ ପୁଲିସ୍‌ ମେ’ ୨୩ ତାରିଖରେ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe