ବିଶ୍ବକପରୁ ନ୍ୟୁଜିଲାଣ୍ଡର ବିଦାୟ ପରେ ଅବସର ନେଲେ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ

Advertisment
ବିଶ୍ବକପରୁ ନ୍ୟୁଜିଲାଣ୍ଡର ବିଦାୟ ପରେ ଅବସର ନେଲେ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ

ନୂଆଦିଲ୍ଲୀ: ଏଥର ଆଇସିସି ଟି-୨୦ ବିଶ୍ୱକପରେ ଏକାଧିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ଅନେକ ବଡ଼ ଦଳକୁ ବାଦ୍ ଦେବାକୁ ପଡ଼ିଛି। ଏହି ତାଲିକାରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନଙ୍କ ନେତୃତ୍ବାଧୀନ ଟିମ୍ ନ୍ୟୁଜିଲାଣ୍ଡର ନାମ ମଧ୍ୟ ରହିଛି। ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଡ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ନ୍ୟୁ ପାପୁଆ ଗିନି ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ପରେ ସେ ଏହି ଫର୍ମାଟକୁ ବିଦାୟ ଦେବେ।

ଏଥର ଆଇସିସି ଟି-୨୦ ବିଶ୍ୱକପ୍ ନ୍ୟୁଜିଲାଣ୍ଡ ଦଳ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଏହି ଦଳକୁ ପରାସ୍ତ କରି ଜୋରଦାର ଝଟକା ଦେଇଥିଲା। ଏହାପରେ ଆୟୋଜକ ୱେଷ୍ଟଇଣ୍ଡିଜ୍ ଦଳ ବିପକ୍ଷରେ ମଧ୍ୟ କିୱି ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଲଗାତାର ଦୁଇଟି ପରାଜୟ ପରେ ଉଗାଣ୍ଡା ସହ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲେ ମଧ୍ୟ ସୁପର-୮ରେ ପହଞ୍ଚିବା ପାଇଁ ଏହା ଯଥେଷ୍ଟ ନଥିଲା। ଗ୍ରୁପ୍ 'ସି'ରୁ ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ସୁନିଶ୍ଚିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe