ବିଶ୍ୱକପ୍‌ର ପରାଜୟକୁ ଦୀର୍ଘ ଦିନ ଯାଏଁ ଭୁଲି ହେବ ନାହିଁ: ଟ୍ରେଣ୍ଟ ବୋଲ୍ଟ

Hindustan Times

ଆକଲ୍ୟାଣ୍ଡ: କଡାମୁକାବିଲା ପରେ ଆଇସିସି ବିଶ୍ୱକପ୍‌ ବାଉଣ୍ଡ୍ରି ଆଧାରରେ ବିଜୟୀ ଟିମ୍‌ ଘୋଷଣା କରାଯାଇଛି। ଫାଇନାଲ୍‌ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଲଢ଼ି ମଧ୍ୟ ନ୍ୟୁଜିଲାଣ୍ଡକୁ ପରାସ୍ତ ହେବାକୁ ପଡ଼ିଛି। ବିଶ୍ୱକପ ୨୦୧୯ ଫାଇନାଲ ମ୍ୟାଚ ୪ ଦିନ ଅତିକ୍ରମ କରିଥିଲେ ବି ନ୍ୟୁଜିଲାଣ୍ଡର ଖେଳାଳିମାନେ ଏହାକୁ ଭୁଲି ପାରି ନାହାନ୍ତି। ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ନିଜର ପୋଷା କୁକୁର ସହିତ ବେଳାଭୂମିରେ ବୁଲି ବିଶ୍ୱକପ୍‌ ପରାଜୟକୁ ଭୁଲିବାକୁ ଉଦ୍ୟମ କରିବେ।

ବିଶ୍ୱକପ୍‌ରେ ୧୭ ଓ୍ଵିକେଟ୍‌ ନେଇଥିବା ଟ୍ରେଣ୍ଟ ବୋଲ୍ଟ ମନରେ ଅନେକ ଗୁଡ଼ିଏ ପ୍ରଶ୍ନ ନେଇ ଆସିଛନ୍ତି। ସେ ଭାବିଛନ୍ତି, କ୍ରମାଗତ ଭାବେ ବିଶ୍ୱକପ ଫାଇନାଲରେ ହାରିବା ଠାରୁ ବଡ଼ କଷ୍ଟ ଆଉ କ’ଣ ହୋଇପାରେ। ବୋଲ୍ଟ କହିଛନ୍ତି, ମୁଁ ୪ ମାସ ପରେ ପ୍ରଥମ ଥର ଘରକୁ ଯିବି। ଘରକୁ ପହଂଚିବା ପରେ ସାଥୀରେ ପୋଷା କୁକୁରକୁ ନେଇ ବେଳାଭୂମିକୁ ଯିବି। ସେଠାରେ ବିଶ୍ୱକପ୍‌ ପରାଜୟକୁ ଭୁଲିବାକୁ ଉଦ୍ୟମ କରିବି। ମୋର ଆଶା ପୋଷା କୁକୁର ମୋ ପ୍ରତି ଅସନ୍ତୁଷ୍ଟ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe