କଟକ: ଓଡ଼ିଶାର ଦୁଇ ପୂର୍ବତନ ଆନ୍ତର୍ଜାତିକ ଫୁଟ୍ବଲ୍ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ରାଜେନ୍ଦ୍ର ପ୍ରସାଦ ସିଂହଙ୍କୁ ଓଡ଼ିଶା ଫୁଟ୍ବଲ୍ ଦଳର ଦୂତ ଭାବେ ଚୟନ କରାଯାଇଛି। ଓଡ଼ିଶା ଫୁଟ୍ବଲ୍ ସଂଘର ସଂପାଦକ ଆଶୀର୍ବାଦ ବେହେରା ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି। ଓଡ଼ିଶା ଫୁଟ୍ବଲ୍ର ବିକାଶ ପାଇଁ ଏହା ସହାୟକ ହେବ। ଦୁଇ ଆନ୍ତର୍ଜାତିକ ଖେଳାଳିଙ୍କ ଅଭିଜ୍ଞତାକୁ ନେଇ ଓଡ଼ିଶା ଫୁଟ୍ବଲ୍ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି।
ଓଡ଼ିଶା ଫୁଟ୍ବଲ୍ର ଦୂତ ହେଲେ ଶ୍ରଦ୍ଧାଞ୍ଜଳି, ରାଜେନ୍ଦ୍ର
Advertisment
Follow Us