ଫିଫା ଲିଜେଣ୍ଡ୍ସ ମ୍ୟାଚ୍‌ ଦଳରେ ଶ୍ରଦ୍ଧାଞ୍ଜଳି

Advertisment
ଫିଫା ଲିଜେଣ୍ଡ୍ସ ମ୍ୟାଚ୍‌ ଦଳରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍‌ର ଟିକେଟ୍ ଅଭିଯାନର ଶୁଭାରମ୍ଭ ଅବସରରେ ନୂଆଦିଲ୍ଲୀରେ ଶୁକ୍ରବାର ଏକ ଲିଜେଣ୍ଡ୍ସ ଫୁଟ୍‌ବଲ୍ ମ୍ୟାଚ୍‌ ଖେଳାଯିବ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏହାକୁ ଉନ୍ମୋଚନ କରିବେ। ଲିଜେଣ୍ଡ୍ସ ମ୍ୟାଚ୍‌ ପାଇଁ ଭାରତର ଫୁଟ୍‌ବଲ୍ କିଂବଦନ୍ତିମାନଙ୍କୁ ଆମନ୍ତ୍ରିତ କରାଯାଇ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗୋଟିଏ ଦଳରେ ଭାରତୀୟ ମହିଳା ଫୁଟ୍‌ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ମଧ୍ୟ ଫିଫା ଓ ଏଆଇଏଫଏଫ ନିମନ୍ତ୍ରଣ ମିଳିଛି। ଏହି ୮ ଜଣିଆ ମିଶ୍ରିତ ମ୍ୟାଚ୍‌ରେ ଅଧିକାଂଶ ପୂର୍ବତନ ଓ ବର୍ତମାନର ପ୍ରମୁଖ ଭାରତୀୟ ଖେଳାଳିଙ୍କୁ ସାମିଲ କରାଯାଇଛି। ଶ୍ରଦ୍ଧାଞ୍ଜଳି ସ୍ଥାନ ପାଇଥିବା ଦଳରେ ବାଇଚୁଙ୍ଗ ଭୂତିଆ, ଜୋ ପଲ୍‌, ଜେଜେ ଲା‌ଲପେଖଲୁଆ, ମେମଲ ରକି, ଗୁରପ୍ରୀତ୍‌ ସିଂହ ସାନ୍ଧୁ, ଆଶାଲତା‌ ଦେବୀ, ବାଲା‌ ଦେବୀ ସାମିଲ ଅଛନ୍ତି। ପ୍ରତିପକ୍ଷ ଦଳରେ ସୁନିଲ ଛେତ୍ରୀ, ବେମ‌ବେମ ଦେବୀ, ବ୍ରୁନୋ କଟି‌ନୋ, ଆଇଏମ୍ ବିଜୟନ, ‌ମେହେ‌ରାଜୁଦ୍ଦିନ ୱାଦୁ, ରେନେଡ୍ଡୀ ସିଂହ, ସନ୍ତୋଷ, ଅଦିତି ଚୌହାନ ପ୍ରମୁଖ ଅଛନ୍ତି। ଦୀର୍ଘ ୩୦ ବର୍ଷ ଧରି ଫୁଟ୍‌ବଲ୍ ସହ ଜଡ଼ିତ ଥିବା ଶ୍ରଦ୍ଧାଞ୍ଜଳି କେତେବେଳେ ପ୍ରଶିକ୍ଷକ ତ କେତେବେଳେ ଚୟନକର୍ତା ଭାବେ ଭାରତୀୟ ଦଳର ଦାୟିତ୍ବ ନେଉଛନ୍ତି। ନୂତନ ଦୟିତ୍ବ ଲାଗି ଶ୍ରଦ୍ଧାଞ୍ଜଳି ଏଆଇଏଫଏଫ୍, ରାଜ୍ୟ ସରକାର, ବୃତ୍ତିଗତ ସଂସ୍ଥା ନାଲକୋକୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ, ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ ଭୁବନେଶ୍ବର, ମୁମ୍ବାଇ ଓ ଗୋଆରେ ଚଳିତ ବର୍ଷ ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe