ଜାତୀୟ ସୁପର୍‌ ୭ କ୍ରିକେଟ୍‌ ଲାଗି ଓଡ଼ିଶା ଦଳର ଯାତ୍ରା

Advertisment
ଜାତୀୟ ସୁପର୍‌ ୭ କ୍ରିକେଟ୍‌ ଲାଗି ଓଡ଼ିଶା ଦଳର ଯାତ୍ରା

ଭୁବନେଶ୍ବର: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୧୭ତମ ବରିଷ୍ଠ ଜାତୀୟ ସୁପର ୭ କ୍ରିକେଟ୍ ପ୍ରତିଯୋଗିତାରେ ଭାଗ ନେବା ଲାଗି ୧୩ ଜଣିଆ ଓଡ଼ିଶା ଦଳ ସୋମବାର ଉତ୍ତରପ୍ରଦେଶ ଗସ୍ତ କରିଛି। ଏହି ପ୍ରତିଯୋଗିତାରେ ୨୦ଟି ରାଜ୍ୟ ଅଂଶଗ୍ରହଣ କରୁଛନ୍ତି। ୩ ଦିନର ପ୍ରଶିକ୍ଷଣ ଶିବିର ପରେ ଓଡ଼ିଶା ଦଳ ଘୋଷଣା କରାଯାଇଥିଲା। ଓଡ଼ିଶା ସୁପର ୭ କ୍ରିକେଟ୍ ସଂଘ ସଭାପତି ସୈାଭାଗ୍ୟଲକ୍ଷ୍ମୀ ଦାସ, ସମ୍ପାଦକ ହେମନ୍ତ କୁମାର ମହାରଣା ଓ ଦିନବନ୍ଧୁ ଦାସ ଓଡ଼ିଶା ଦଳର ଖେଳାଳିମାନଙ୍କୁ ଶୁଭେଛା ଜଣାଇଛନ୍ତି ।

ଓଡ଼ିଶା ଦଳ : ଉପେନ୍ଦ୍ର ପ୍ରଧାନ (ଅଧିନାୟକ), ସନ୍ତୋଷ ପାତ୍ର, ମନୋଜ ଶବର, ସୁବ୍ରତ ଜେନା, ପ୍ରସାଦ ଜେନା, ଅରବିନ୍ଦ ଗୌଡ଼, ହେମନ୍ତ ଜାନି, ନରସିଂହ ତ୍ରିପାଠୀ, ରାଜେଶ ଜାନି (ୱିକେଟରକ୍ଷକ), ନୃସିଂହ ନାଥ ସାହୁ, ପବିତ୍ର ଜାଲି, ମୁନା ବେହେରା, ଅର୍ଜୁନ ପଲେଇ, ସନ୍ତୋଷ କୁମାର ଗୌଡ଼ (ପ୍ରଶିକ୍ଷକ), ହଟେଶ୍ୱର ଲେଙ୍କା (ପ୍ରବନ୍ଧକ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe