ଲକ୍ଷ୍ନୌ: ତ୍ରିଶୂଳରୁ ପଡ଼ିବ ଆଲୋକ ଆଉ ପଡ଼ିଆରେ ଖେଳାଯିବ ମ୍ୟାଚ୍ । ଦିନିକିଆ ହେଉ କି ଟି-୨୦ । ସବୁ ପ୍ରକାର ମ୍ୟାଚରେ ତ୍ରିଶୂଳ ଫ୍ଲଡଲାଇଟ ତଳେ ମ୍ୟାଚର ମଜା ନେବେ ଦର୍ଶକ । ଦେଶର ଏମିତି ଏକ ପଡ଼ିଆ ଅଛି ଯେଉଁଠି ଦେଖିବାକୁ ମିଳିଛି ତ୍ରିଶୂଳ ଆକୃତିର ଫ୍ଲଡଲାଇଟ୍ । ପଡ଼ିଆର ଚାରି ପାଖରେ ଏହି ତ୍ରିଶୂଳ ଫ୍ଲଡଲାଇଟ୍ ଲଗାଇବାକୁ ପୂର୍ବରୁ ଯୋଜନା ହେଇଥିବା ବେଳେ ଏବେ ଏହି କାମ ଚାଲିଛି ।
#Varanasi Cricket Stadium has #Trishul-shaped floodlights installed — where devotion meets sport, and tradition illuminates the game.#IndiaCulturepic.twitter.com/DaKjEzSfDT
— नवरंग (@Navrang) December 8, 2025
ତେବେ ଏହି ଦୃଶ୍ୟ ହେଉଛି ବାରଣାସୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର । ଯାହା ଏବେ ନିର୍ମାଣାଧୀନ ଅଛି । ଉତ୍ତରପ୍ରଦେଶ ବାରାଣସୀରେ ଏହି ଷ୍ଟାଡିୟମ ତିଆରି ଚାଲିଥିବା ବେଳେ ଏହାରି ଭିତରେ ଷ୍ଟାଡିୟମରେ ପ୍ରଥମ ତ୍ରିଶୂଳ-ଫ୍ଲଡ୍ ଲାଇଟ୍ ଲାଗିଛି । ଯେଉଁଠି କାଶୀର ଆଧ୍ୟାତ୍ମିକ ଐତିହ୍ୟକୁ ଆଧୁନିକ କ୍ରୀଡା ସ୍ଥାପତ୍ୟ ସହିତ ମିଶ୍ରଣ କରାଯାଇଛି । ଷ୍ଟାଡିୟମରେ ଲାଇଟ୍ ସହ ଅନ୍ୟ ନିର୍ମାଣ କାମ ବି ଚାଲିଛି ।
ଆହୁରି ପଢନ୍ତୁ- IND vs SA, Red-Soil Pitch: ‘ସୂର୍ଯ୍ୟ’ ସେନାଙ୍କୁ ଲାଭ ଦେବ କି ଲାଲ୍ ମାଟି ? ବାରବାଟୀ ଇତିହାସରେ ପ୍ରଥମ ଥର ରେଡ୍ ସଏଲ ପିଚ୍...
ଏମିତି ଦିଶିବ ଷ୍ଟାଡିୟମ
/filters:format(webp)/sambad/media/media_files/2025/12/09/stadium-2025-12-09-20-32-34.jpg)
ଆହୁରି ପଢନ୍ତୁ- Under 16 Social Media Ban: ୧୬ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ସୋସିଆଲ ମିଡିଆ ମନା
ତେବେ ଷ୍ଟାଡିୟମରେ ମହାଦେବଙ୍କ ତ୍ରିଶୂଳ ଏବଂ ଡମ୍ବରୁ ଢାଞ୍ଚାର ଝଲକ ରହିବ । ବାରଣାସୀକୁ ଏକ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ ଭେଟି ଦେବାକୁ ୨୦୨୩ରେ ଘୋଷଣା ହୋଇଥିଲା । ପ୍ରାଥମିକ ଭାବେ ଷ୍ଟାଡିୟମର କ୍ଷମତା ୩୦ ହଜାର ବୋଲି କୁହାଯାଉଥିବା ବେଳେ ପରେ ଏହାର କ୍ଷମତାକୁ ୪୦ ହଜାରକୁ ବୃଦ୍ଧି କରାଯାଇଛି । ତେବେ ଏହି ଷ୍ଟାଡିୟମ ୨୦୨୫ ଡିସେମ୍ବର ଶେଷ ବେଳକୁ ସରିବ ବୋଲି ଟାର୍ଗେଟ୍ ନେଇ କାମ କରାଯାଉଥିବା ବେଳେ ଏବେ ତ୍ରିଶୂଳ-ଫ୍ଲଡ୍ ଲାଇଟ୍ ଲାଗିଛି ଏବଂ ଅନ୍ୟ କାମ ବି ଚାଲିଛି ।
/filters:format(webp)/sambad/media/media_files/2025/12/09/1-22-2025-12-09-20-33-11.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/09/varanasi-stadium-2025-12-09-20-37-56.jpg)