ଋଣ ଶୁଝିବାକୁ ଟ୍ରଫି ବିକିଲେ ବେକର

Advertisment
ଋଣ ଶୁଝିବାକୁ ଟ୍ରଫି ବିକିଲେ ବେକର

ବର୍ଲିନ: ଜର୍ମାନିର କିମ୍ବଦନ୍ତୀ ଟେନିସ୍ ତାରକା ବୋରିସ୍ ବେକର ଏବେ ଦେବାଳିଆ। ତାଙ୍କ ମୁଣ୍ଡ ଉପରେ ରହିଛି କୋଟି କୋଟି ଟଙ୍କାର ଋଣ ବୋଝ। ହାତରେ ଟଙ୍କାଟିଏ ନଥିବାରୁ ଏକଦା ନିଜ ରଙ୍ଗିନ ଜୀବନ ଶୈଳୀ ଏବଂ ଶକ୍ତିଶାଳୀ ସର୍ଭିସ୍ ପାଇଁ ପରିଚିତ ଥିବା ବେକର ଖେଳ ଜୀବନର ଅମୂଲ୍ୟ ସମ୍ପଦ ଯଥା ଟ୍ରଫି , ପଦକ ଏବଂ କପ୍ ନିଲାମ କରିବାକୁ ଯାଉଛନ୍ତି। ବ୍ରିଟେନର ଏକ ନିଲାମକାରୀ ସଂସ୍ଥା ୱାଲେସ୍ ହାର୍ଡଲି ସୋମବାର ତାଙ୍କ ସଂପର୍କିତ ୮୨ ଜିନିଷର ନିଲାମ କରିଛି। ସେଥିମଧ୍ୟରେ ରହିଛି ବେକରଙ୍କ ପଦକ, ଘଡ଼ି ଏବଂ ବିଭିନ୍ନ ସ୍ମରଣୀୟ ଫଟୋଗ୍ରାଫ। ‌ମାତ୍ର ୧୭ ବର୍ଷ ବୟସରେ ୱିମ୍ବିଲଡନ୍ ଓପନ୍ ଜିତିଥିବା ବେକରଙ୍କ ଚ୍ୟାଲେଞ୍ଜ କପ୍ ଏବଂ ରେନସ’ କପ୍ ଟ୍ରଫିର ପ୍ରତିକୃତି ମଧ୍ୟ ନିଲାମ ତାଲିକାରେ ସାମିଲ ରହିଛି। ଏହି ୫୧ ବର୍ଷୀୟ ତାରକା ୨୦୧୭ ମସିହାରୁ ଘୋର ଆର୍ଥିକ ଅନଟନର ସମ୍ମୁଖୀନ ‌ହୋଇ ଆସୁଛନ୍ତି। ସେଥିପାଇଁ ସେ ୨୦୧୮ ମସିହା ଜୁଲାଇ ମାସରେ ନିଜର କିଛି ପଦକ ଓ ଟ୍ରଫିକୁ ନିଲାମ କରିବାକୁ ଘୋଷଣା କରିଥିଲେ। ତେବେ ଶେଷ ମୁହୂର୍ତରେ ଏହାକୁ ବାତିଲ କରି ଦେଇଥିଲେ। ସ‌ୋମବାରର ନିଲାମରୁ ମିଳିଥିବା ଅର୍ଥ କିନ୍ତୁ ବେକରଙ୍କ ସମସ୍ତ ଋଣ ଶୁଝିବା ଲାଗି ପର୍ଯ୍ୟାପ୍ତ ହେବ ନାହିଁ। କାରଣ ମାଲୋର୍କାରେ ଥିବା ନିଜ ବଙ୍ଗଳାର ସୌନ୍ଦର୍ଯ୍ୟକରଣ ଲାଗି ସେ ୧୦ କୋଟିରୁ ଅଧିକ ଟଙ୍କା ନେଇ ଫେରାଇ ପାରି ନଥିଲେ। ଯାହା ଏବେ ସୁଧ ମୂଳ ସହ ୨୦ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଲାଣି। ସ୍ପେନର ଏକ କୋର୍ଟ ଏଥିନେଇ ତାଙ୍କ ବିରୋଧରେ ଗିରଫ ପରୱାନା ମଧ୍ୟ ଜାରି କରିଥିଲା। ବିଶ୍ବ ଟେନିସର ପୂର୍ବତନ ଏକ ନମ୍ବର ତାରକା ବେକର ୬ଟି ଗ୍ରାଣ୍ଡସ୍ଲାମ୍ ସହ ୪୯ ଏକକ ଟ୍ରଫି ଜିତିଥିଲେ। ସେ ନିଜ ଖେଳ ଜୀବନରରେ ୧୪୦ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ଅର୍ଜନ କରିଥିଲେ। ହେଲେ ସବୁ ଉଡ଼ାଇ ଦେଇ ଏବେ କାଙ୍ଗାଳ ହୋଇ ଯାଇଛନ୍ତି। ଦିନେ ଟେନିସ୍ କୋର୍ଟରେ ଡାଭିଭ୍ ମାରି ଅଜସ୍ର ତାଳି ସାଉଣ୍ଟୁଥିବା ବେକର ଆଜି ଆଶାବାଡ଼ି ଧରି ଚାଲୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe