ମୁଷ୍ଟିଯୁଦ୍ଧ ଲଢ଼େଇରେ କମେଣ୍ଟ୍ରି କରିବେ ଟ୍ରମ୍ପ୍‌

Advertisment

ଶନିବାର ଲଢ଼ିବେ ଇଭାଣ୍ଡର ହୋଲିଫିଲ୍ଡ ଓ ଭିଟର ବେଲଫର୍ଟ

ଶନିବାର ଲଢ଼ିବେ ଇଭାଣ୍ଡର ହୋଲିଫିଲ୍ଡ ଓ ଭିଟର ବେଲଫର୍ଟ

ମୁଷ୍ଟିଯୁଦ୍ଧ ଲଢ଼େଇରେ କମେଣ୍ଟ୍ରି କରିବେ ଟ୍ରମ୍ପ୍‌

ନ୍ୟୁୟର୍କ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ମୁଷ୍ଟିଯୁଦ୍ଧ ମ୍ୟାଚ୍ ଅବସରରେ କମେଣ୍ଟ୍ରି କରିବେ। ଏହି ମ୍ୟାଚ୍ ୯/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାର ୨୦ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଆୟୋଜିତ ହେବ। ମ୍ୟାଚ୍‌ଟି ଦୁଇ ହେଭିୱେଟ୍ ମୁଷ୍ଟିଯୋଦ୍ଧା ଇଭାଣ୍ଡର ହୋଲିଫିଲ୍ଡ ଓ ଭିଟର ବେଲଫର୍ଟଙ୍କ ମଧ୍ୟରେ ଖେଳାଯିବ। ହଲିଉଡ୍‌ର ସେମିନୋଲ୍ ହାର୍ଡ ରକ୍ ହୋଟେଲରେ ଆୟୋଜିତ ହେବାକୁ ଥିବା ଏହି ପ୍ରତୀକ୍ଷିତ ଲଢ଼େଇରେ ଅବଶ୍ୟ ଟ୍ରମ୍ପ ଜଣେ ଅତିଥି ଭାଷ୍ୟକାର ବା କମେଣ୍ଟେଟର ଦାୟିତ୍ବ ତୁଲାଇବେ।

ସବୁଠାରୁ ବଡ଼ କଥା ହେଲା ଏହି ଲଢ଼େଇରେ ଏକଦା ହେଭିୱେଟ୍ ମୁଷ୍ଟିଯୁଦ୍ଧର ଅପ୍ରତିଦ୍ବନ୍ଦ୍ବୀ ନାୟକ ଥିବା ହୋଲିଫିଲ୍ଡ ଦୀର୍ଘ ବ୍ୟବଧାନ ପରେ ମୁଷ୍ଟିଯୁଦ୍ଧ ରିଙ୍ଗ୍‌କୁ ଫେରିବେ। ବେଲଫର୍ଟ ଏବଂ ତାଙ୍କ ମଧ୍ୟରେ ହେବାକୁ ଥିବା ଏହି ଲଢ଼େଇର ବିଜେତା ୟୁଏଫ୍‌ସି ହେଭିୱେଟ୍ ବିଶ୍ବ ବିଜେତା ଘୋଷିତ ହେବେ। ସେପଟେ ମୁଷ୍ଟିଯୁଦ୍ଧ ସହ ଟ୍ରମ୍ପଙ୍କର ପୁରୁଣା ସଂପର୍କ ରହିଥିବା ଜଣାପଡ଼ିଛି। ୮୦ ଓ ୯୦ ଦଶକରେ ନିଜ କ୍ୟାସିନୋରେ ବହୁ ମୁଷ୍ଟିଯୁଦ୍ଧ ମ୍ୟାଚ୍‌ର ସଫଳ ଆୟୋଜନ କରିଥିଲେ ସେ। ପୂର୍ବରୁ ଶନିବାର ରାତିର ଏହି ଲଢ଼େଇ ବେଲଫର୍ଟ ଏବଂ ଓସ୍କାର ଡି’ ଲା ହୋୟାଙ୍କ ମଧ୍ୟରେ ଖେଳାଯିବାର ଥିଲା। ଓସ୍କାର କରୋନା ପଜିଟିଭ୍ ଆସିବା ପରେ ହୋଲିଫିଲ୍ଡ ତାଙ୍କ ସ୍ଥାନ ନେଇଥିଲେ। ଏଥିନେଇ ଟ୍ରମ୍ପ କହିଛନ୍ତି ଯେ ମୁଁ ମହାନ ଯୋଦ୍ଧା ଏବଂ ଚର୍ଚ୍ଚିତ ଲଢ଼େଇକୁ ଖୁବ୍ ପସନ୍ଦ କରେ। ଆସନ୍ତା ଶନିବାର ରାତିରେ ଉଭୟ ହୋଲିଫିଲ୍ଡ ଓ ବେଲଫର୍ଟଙ୍କୁ ସାକ୍ଷାତ କରିବାକୁ ବ୍ୟଗ୍ର ଅଛି। ସେହିଭଳି ରିଙ୍ଗ୍‌ ବାହାରେ ରହି ନିଜ ମତାମତ ଦେବାକୁ ଚାହିଁ ରହିଛି। ଆପଣ କେବେବି ଏଭଳି ସ୍ବତନ୍ତ୍ର ଘଟଣାରେ ଅନୁପସ୍ଥିତ ରହିବାକୁ ଚାହିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe