Esquire Middle East
ସନ୍ତରଣ ପୁଲ୍ରେ ରବିବାର ଆଫ୍ରିକୀୟ ରାଷ୍ଟ୍ର ଟ୍ୟୁନିସିଆର ୧୮ ବର୍ଷୀୟା ତାରକା ଅହମ୍ମଦ ହାଫନୱି ନିଆଁ ଲଗାଇ ଦେଇଥିଲେ। ଅଲିମ୍ପିକ୍ସ ଇତିହାସର ଅନ୍ୟତମ ବୃହତ୍ ବିପର୍ଯ୍ୟୟ ସୃଷ୍ଟି କରି ପୁରୁଷ ୪୦୦ ମିଟର ମେଡଲେରେ (୩ ମିନିଟ୍ ୪୩.୩୬ ସେକେଣ୍ଡ) ସ୍ବର୍ଣ୍ଣ ପଦକ କରାୟତ୍ତ କରି ନେଇଥିଲେ ସେ। ଏହିକ୍ରମରେ ହାଫନୱି ସନ୍ତରଣର ମହାଶକ୍ତି ଭାବେ ପରିଚିତ ଅଷ୍ଟ୍ରେଲିଆର ଜ୍ୟାକ୍ ମ୍ୟାକଲଫଲିନ୍ ଏବଂ ଆମେରିକାର କ୍ୟାରେନ୍ ସ୍ମିଥ୍ଙ୍କୁ ପଛରେ ପକାଇ ସଫଳତାର ନୂଆ ଫର୍ଦ୍ଦ ସୃଷ୍ଟି କରିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ମନ୍ଥରତମ ଟାଇମ୍ ପାଇ ଲେନ୍ ବାହାରେ ପହଁରୁଥିବା ହାଫନୱି ଶେଷ କିଛି ମିନିଟ୍ରେ ଅସାଧାରଣ ପ୍ରଦର୍ଶନ କରି ଉଭୟ ମ୍ୟାକଲଫଲିନ୍ ଓ ସ୍ମିଥ୍ଙ୍କୁ ପଛରେ ପକାଇ ଦେଇଥିଲେ।
ନିଜ ଅଲିମ୍ପିକ୍ସ ଅଭିଯାନରେ ଟ୍ୟୁନିସିଆର ଏହା ପଞ୍ଚମ ଏବଂ କିଶୋରୀ କିବଂଦନ୍ତି ହାଫନୱିଙ୍କର ଏହା ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ଥିଲା। ଏହି ଇଭେଣ୍ଟର ମହିଳା ବର୍ଗରେ ଜାପାନର ୟୁ ଓହାସୀ (୪ ମିନିଟ୍ ୩୨.୦୮ ସେକେଣ୍ଡ) ଆୟୋଜକ ଜାପାନକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ। ଆମେରିକାର ଏମା ୱିୟାନ୍ତ ତାଙ୍କଠାରୁ ୦.୬୮ ସେକେଣ୍ଡ ଅଧିକ ସମୟ ନେଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ସେହି ଆମେରିକାର ହାଲି ଫ୍ଲିକିଙ୍ଗର କାଂସ୍ୟ ପଦକ ଜିତିଥିଲେ। ରିଓ ଅଲିମ୍ପିକ୍ସ ବିଜୟିନୀ ହଙ୍ଗେରିର କାଟିଙ୍କା ହୋସଜୁ ପଞ୍ଚମ ସ୍ଥାନରେ ରହି ନିରାଶ ହୋଇଥିଲେ। ୩୨ ବର୍ଷୀୟା କାଟିଙ୍କା ଆମେରିକାର ଦାରା ଟୋରେସ୍ଙ୍କ ପରେ ଦ୍ବିତୀୟ ବୟୋଜ୍ୟାଷ୍ଠା ମହିଳା ସନ୍ତରଣ ତାରକା ଭାବେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ଥିଲେ।
Follow Us