ଆଇସିସିର ପରବର୍ତୀ ‌ବୈଠକରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଭାଗ୍ୟ

Advertisment
୨୦୨୪ରୁ ୨୦୩୧ ମଧ୍ୟରେ ତିନିଟି ଆଇସିସି ପ୍ରତିଯୋଗିତା ଆୟୋଜନ କରିବ ଭାରତ

Zee News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ବିଶେଷକରି କରୋନା ମହାମାରୀ ଏହାର ଆୟୋଜନକୁ ବିଳମ୍ବିତ କରିଚାଲିଛି। ଏପରିସ୍ଥଳେ ବିସିସିଆଇ ଦ୍ବାରା ଆୟୋଜିତ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ମଧ୍ୟ ସମାନ ଭାବେ ଆଶଙ୍କା ମଧ୍ୟରେ ରହିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ନିଷ୍ପତ୍ତି ଉପରେ ଆଇପିଏଲ୍‌ ଭାଗ୍ୟ ମଧ୍ୟ ନିର୍ଭର କରୁଛି। ଏପରିସ୍ଥଳେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରୁନି। ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ନିଷ୍ପତ୍ତି ନେବାରେ ବିଳମ୍ବ କରିଚାଲିଛି। ତେବେ ଆଇସିସିର ପରବର୍ତୀ ବୋର୍ଡ ବୈଠକରେ ବିଶ୍ବକପ୍‌ ଭାଗ୍ୟ ନେଇ ଆଲୋଚନା ହେବାର ସମ୍ଭାବନା ଦେଖାଦେଇଛି।

ଅବଶ୍ୟ ପରର୍ବତୀ ବୋର୍ଡ ବୈଠକ ନେଇ ଆଇସିସି ଏପର୍ଯ୍ୟନ୍ତ ତାରିଖ ସ୍ଥିର କରିନାହିଁ। ତଥାପି ଆସନ୍ତା ସପ୍ତାହରେ ବୈଠକ ବସିପାରେ ବୋଲି ଆଇସିସିର ଭିତିରି ମହଲରୁ ସୂଚନା ମିଳିଛି। ବୈଠକରେ ଏଜେଣ୍ଡା କ’ଣ ସବୁ ରହିବ ବୋଲି ଚାଣିବାକୁ ଚାହିଁବାରେ ଏପର୍ଯ୍ୟନ୍ତ ସେଭଳି କିଛି ଧାର୍ଯ୍ୟ ହୋଇନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ହେଲେ ବୈଠକରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଭାଗ୍ୟ ନେଇ ଆଲୋଚନା ହେବାର ସମ୍ଭାବନା ଅଧିକ ରହିଥିବା କୁହାଯାଇଛି। ଏହି ବିଶ୍ବକପ୍‌ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବା ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପ୍ରସ୍ତୁତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe