ଯାଆଁଳା ଭ୍ରାତା ପ୍ରିୟାଂଶ-ଶ୍ରୀୟାଂଶ ୧-୨

Advertisment

ଏସ୍ଆର୍‌ ଚେସ୍ ସେଣ୍ଟର ଆନୁକୂଲ୍ୟରେ ଫୁଲନଖରାସ୍ଥିତ ଗ୍ରାଣ୍ଡ୍‌ବଜାର ପରିସରରେ ଆୟୋଜିତ ପ୍ରଥମ ଗ୍ରାଣ୍ଡ୍‌ ମିନି ସିଟି ରାଜ୍ୟସ୍ତରୀୟ ଅନ୍ତଃବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ଯାଜପୁରର ଦୁଇ ଯାଆଁଳା ଭାଇ ପ୍ରିୟାଂଶ ଦାସ ଓ ଶ୍ରୀୟାଂଶ ଦାସ ପ୍ରଥମ ଦୁଇ ସ୍ଥାନରେ ରହି ଯଥାକ୍ରମେ ବିଜେତା, ଉପବିଜେତା ହୋଇଛନ୍ତି।

ଏସ୍ଆର୍‌ ଚେସ୍ ସେଣ୍ଟର ଆନୁକୂଲ୍ୟରେ ଫୁଲନଖରାସ୍ଥିତ ଗ୍ରାଣ୍ଡ୍‌ବଜାର ପରିସରରେ ଆୟୋଜିତ ପ୍ରଥମ ଗ୍ରାଣ୍ଡ୍‌ ମିନି ସିଟି ରାଜ୍ୟସ୍ତରୀୟ ଅନ୍ତଃବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ଯାଜପୁରର ଦୁଇ ଯାଆଁଳା ଭାଇ ପ୍ରିୟାଂଶ ଦାସ ଓ ଶ୍ରୀୟାଂଶ ଦାସ ପ୍ରଥମ ଦୁଇ ସ୍ଥାନରେ ରହି ଯଥାକ୍ରମେ ବିଜେତା, ଉପବିଜେତା ହୋଇଛନ୍ତି।

fshfsfsff

ଭୁବନେଶ୍ବର: ଏସ୍ଆର୍‌ ଚେସ୍ ସେଣ୍ଟର ଆନୁକୂଲ୍ୟରେ ଫୁଲନଖରାସ୍ଥିତ ଗ୍ରାଣ୍ଡ୍‌ବଜାର ପରିସରରେ ଆୟୋଜିତ ପ୍ରଥମ ଗ୍ରାଣ୍ଡ୍‌ ମିନି ସିଟି ରାଜ୍ୟସ୍ତରୀୟ ଅନ୍ତଃବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ଯାଜପୁରର ଦୁଇ ଯାଆଁଳା ଭାଇ ପ୍ରିୟାଂଶ ଦାସ ଓ ଶ୍ରୀୟାଂଶ ଦାସ ପ୍ରଥମ ଦୁଇ ସ୍ଥାନରେ ରହି ଯଥାକ୍ରମେ ବିଜେତା, ଉପବିଜେତା ହୋଇଛନ୍ତି। ଉଭୟ ମଧ୍ୟ ଓଡ଼ିଶା ଚେସ୍‌ର ନୂଆ ସମ୍ଭାବନା ଭାବେ ଉଭା ହୋଇଛନ୍ତି। ପ୍ରିୟାଂଶ ୭.୫ ପଏଣ୍ଟ ପାଇ ୧୫,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ଏବଂ କିଙ୍ଗ୍ସ ଟ୍ରଫି ଜିତିଥିଲା ବେଳେ ଶ୍ରୀୟାଂଶ (୭) ୧୦,୦୦୦ ଟଙ୍କା ସହ କୁଇନ୍ ଟ୍ରଫି କରାୟତ୍ତ କରିଛନ୍ତି। କେନ୍ଦ୍ରାପଡ଼ାର ଆୟୁଷ ଆର୍ଯ୍ୟନ ମହାପାତ୍ର (୭) ତୃତୀୟ ସ୍ଥାନ ଅଧିକାର କରି ୭,୦୦୦ ଟଙ୍କା ସହ ରୁକ୍ ଟ୍ରଫି ଓ ମେଡାଲ ଜିତିଛନ୍ତି। ଲଳିତ ରଂଜନ ସାହୁ, ସାନ୍ତନୁ ବରାଳ, ପ୍ରତ୍ୟାଶା ଜେନା (ପ୍ରତ୍ୟେକ ୭ ପଏଣ୍ଟ), ସାଇ ଶକ୍ତି ପଣ୍ଡା, ଶ୍ରୀହନ ସାବତ, ରୋହିତ ମଲ୍ଲିକ, ଆର୍ଯ୍ୟନ ବେହେରା (ପ୍ରତ୍ୟେକ ୬.୫ ପଏଣ୍ଟ୍‌) କ୍ରମାନ୍ବୟରେ ଚତୁର୍ଥରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। 

ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବୟସ ବର୍ଗରେ ନେହଲ ଅଗ୍ରୱାଲ, ଜୀଜ୍ଞାସ କୁମାର ସାହୁ, ଅନନ୍ୟା ଅନ୍ବେଷା ମିଶ୍ର, କ୍ରିଷିତ୍ ପଣ୍ଡା, ସୃଜନୀ ଷଡ଼ଙ୍ଗୀ, ଆଦ୍ବିକ ଭୂଷଣ, ଯଶଶ୍ରୀ ସ୍ବାଇଁ, ସାୟଂଶ ଦାସ, ଋତୁପର୍ଣ୍ଣା ମହାପାତ୍ର, ଶିବମ୍‌ ସାବତ, ଦିବ୍ୟ ଇ, ମନୀଷ ମିଶ୍ର, ମୁକ୍ତିକା ନାୟକ, ସାର୍ଥକ ମହାନ୍ତି, ଈଶାନି ଦାସ, ସୂର୍ଯ୍ୟାଂଶ ମହାକୁଡ଼, ସନ୍ଦୀପ ପ୍ରିୟଦର୍ଶିନୀ ସାହୁ, ଆୟୁଷ୍ମାନ ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବ୍ରହ୍ମପୁରର ଡି ପଲ୍ ସ୍କୁଲ୍ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ଲାଭ କରିଥିଲା।

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ୍ ଭି ନରସିଂହ ମୁଖ୍ୟ ଅତିଥି, ଗ୍ରାଣ୍ଡ ମିନି ସିଟିର ପରିଚାଳନା ନିର୍ଦ୍ଦେଶକ ଆଶିଷ ଗର୍ଗ ସମ୍ମାନିତ ଅତିଥି, ଓଡ଼ିଶାର ପ୍ରଥମ ଗ୍ରାଣ୍ଡମାଷ୍ଟର୍ ଦେବାଶିଷ ଦାସ ମୁଖ୍ୟ ବକ୍ତା ଏବଂ ଏଆଇସିଏଫ୍‌ର ପୂର୍ବତନ ଯୁଗ୍ମ ସଂପାଦକ ରଂଜନ ମହାନ୍ତି, ଗ୍ରାଣ୍ଡ ମିନି ସିଟିର ପ୍ରମୋଟର ସ୍ନେହା ଗର୍ଗ, ଏଓସିଏର ସଭାପତି ଜିସି ମହାପାତ୍ର, ଏସ୍‌ଆର୍ ଚେସ୍ ସେଣ୍ଟରର ସଭାପତି ଶୁଭାଶିଷ ପଟ୍ଟନାୟକ ଓ ସଂପାଦକ ସତ୍ୟ ରଂଜନ ପଟ୍ଟନାୟକ ଅତ୍ୟତମ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ ଓଟିଭିର ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ନିରଂଜନ ରେଡ୍ଡୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe