Ranji Trophy semi-finals: ରଣଜୀ ଟ୍ରଫି ସେମିରେ ଦୁଇ ନୂଆ ଦଳ: ରଶ୍ମିଙ୍କ ପ୍ରଶିକ୍ଷଣରେ ଉତ୍ତରାଖଣ୍ଡ ପାଇଲା ସଫଳତା

Advertisment

ରଣଜୀ ଟ୍ରଫିର ୨୦୨୫-୨୬ ଋତୁରେ ଦୁଇଟି ନୂଆ ଦଳ ପ୍ରଥମ ଥର ପାଇଁ ସେମିଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିବା ପରେ ଘ‌ରୋଇ କ୍ରିକେଟ୍‌ରେ ଚହଳ ପଡ଼ିଛି। ବର୍ଷ ବର୍ଷ ଧରି ସଂଘର୍ଷ କରିଥିବା ଜମ୍ମୁ କାଶ୍ମୀର ଏବଂ ନବାଗତ ଉତ୍ତରାଖଣ୍ଡ ସେମିଫାଇନାଲ୍‌ରେ ପ୍ରବେଶ କରି ନୂଆ ଫର୍ଦ ଯୋଡ଼ିଛନ୍ତି।

ରଣଜୀ ଟ୍ରଫିର ୨୦୨୫-୨୬ ଋତୁରେ ଦୁଇଟି ନୂଆ ଦଳ ପ୍ରଥମ ଥର ପାଇଁ ସେମିଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିବା ପରେ ଘ‌ରୋଇ କ୍ରିକେଟ୍‌ରେ ଚହଳ ପଡ଼ିଛି। ବର୍ଷ ବର୍ଷ ଧରି ସଂଘର୍ଷ କରିଥିବା ଜମ୍ମୁ କାଶ୍ମୀର ଏବଂ ନବାଗତ ଉତ୍ତରାଖଣ୍ଡ ସେମିଫାଇନାଲ୍‌ରେ ପ୍ରବେଶ କରି ନୂଆ ଫର୍ଦ ଯୋଡ଼ିଛନ୍ତି।

ranji trophy

Photograph: (en.wikipedia.org)

ଭୁବନେଶ୍ବର: ରଣଜୀ ଟ୍ରଫିର ୨୦୨୫-୨୬ ଋତୁରେ ଦୁଇଟି ନୂଆ ଦଳ ପ୍ରଥମ ଥର ପାଇଁ ସେମିଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିବା ପରେ ଘ‌ରୋଇ କ୍ରିକେଟ୍‌ରେ ଚହଳ ପଡ଼ିଛି। ବର୍ଷ ବର୍ଷ ଧରି ସଂଘର୍ଷ କରିଥିବା ଜମ୍ମୁ କାଶ୍ମୀର ଏବଂ ନବାଗତ ଉତ୍ତରାଖଣ୍ଡ ସେମିଫାଇନାଲ୍‌ରେ ପ୍ରବେଶ କରି ନୂଆ ଫର୍ଦ ଯୋଡ଼ିଛନ୍ତି। କ୍ବାର୍ଟରଫାଇନାଲ୍‌ରେ ଉତ୍ତରାଖଣ୍ଡ ଏଲିଟ୍‌ ଗ୍ରୁପ୍‌ ‘ଏ’ ଟପ୍ପର ଝାଡ଼ଖଣ୍ଡକୁ ତାଙ୍କ ଘରୋଇ ପଡ଼ିଆ ଜାମସେଦପୁରର କିନାନ ଷ୍ଟାଡିୟମ୍‌ରେ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛି। ମାତ୍ର ୭ ବର୍ଷ ତଳେ ରଣଜୀ ଖେଳିବା ଆରମ୍ଭ କରିଥିବା ଉତ୍ତରାଖଣ୍ଡ ଏବେ ସଂଘର୍ଷ କରୁଥିବା ରାଜ୍ୟ ଦଳଗୁଡ଼ିକ ପାଇଁ ବଡ଼ ବାର୍ତ୍ତା ବି ଦେଇଛି। ବିଶେଷ କରି ଓଡ଼ିଶା ଦଳ ୭ ଦଶନ୍ଧି ଧରି ଖେଳୁଥିଲେ ମଧ୍ୟ ବିଗତ ଦଶନ୍ଧିରେ ଥରେ ବି ଏହି ପର୍ଯ୍ୟାୟରେ ପହଞ୍ଚିପାରିନାହିଁ। 

shffshhfxvb

ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ରଶ୍ମିରଂଜନ ପରିଡ଼ା ଉତ୍ତରାଖଣ୍ଡ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବେ ରହିଥିବାରୁ ରାଜ୍ୟ କ୍ରିକେଟ୍‌ ପରିଚାଳନା ବ୍ୟବସ୍ଥାକୁ ପରୋକ୍ଷରେ ଏକ ଶକ୍ତ ଚାପୁଡ଼ା ଦେଇଛନ୍ତି। ସେମିଫାଇନାଲ୍‌ରେ ଉତ୍ତରାଖଣ୍ଡ ଭେଟିବ ୮ ଥର ବିଜେତା କର୍ଣ୍ଣାଟକକୁ। ଅନ୍ୟତମ ପ୍ରଥମ ସେମିଫାଇନାଲିଷ୍ଟ୍‌ ହେଉଛି ଜମ୍ମୁ କଶ୍ମୀର। ଯେଉଁଠି କ୍ରିକେଟ୍‌ ବର୍ଷ ସାରା ଖେଳାଯାଏ ନାହିଁ ସେହି ଦଳ ଏବେ ବଡ଼ ମଞ୍ଚରେ ପହଞ୍ଚି ଅପୂର୍ବ ସମ୍ଭାବନା ସୃଷ୍ଟି କରିଛି। ନିଜ କ୍ବାର୍ଟରଫାଇନାଲ୍‌ ମୁକାବିଲାରେ ଜମ୍ମୁ କଶ୍ମୀର ୫୬ ରନ୍‌‌ରେ ଘରୋଇ କ୍ରିକେଟ୍‌ର ଅନ୍ୟତମ ପ୍ରମୁଖ ଦଳ ମଧ୍ୟପ୍ରଦେଶକୁ ପରାସ୍ତ କରି ଆଗକୁ ଆସିଛି। ସେମିଫାଇନାଲ୍‌ରେ ଜମ୍ମୁ କଶ୍ମୀର ଭେଟିବ ୨ ଥର ବିଜେତା‌ ବେଙ୍ଗଲ୍‌କୁ। ବେଙ୍ଗଲ କ୍ବାର୍ଟରଫାଇନାଲ୍‌ରେ ଆନ୍ଧ୍ରପ୍ରଦେଶକୁ ଏବଂ କର୍ଣ୍ଣାଟକ ରେକର୍ଡ ବିଜେତା ମୁମ୍ବାଇକୁ ପରାସ୍ତ କରି ଚୂଡ଼ାନ୍ତ ୪ ଦଳରେ ସାମିଲ ହୋଇଛନ୍ତି। ସେମିଫାଇନାଲ୍‌ ଫେବ୍ରୁଆରି ୧୫ ତାରିଖରୁ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe