ଭୁବନେଶ୍ୱର: ଚଳିତ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ସାଲେମ୍ବାଙ୍ଗ୍ଠାରେ ଆୟୋଜିତ ହେବାକୁ ଯାଉଥିବା ତୃତୀୟ ଇଣ୍ଡୋନେସିଆ ଓପନ୍ ସଫ୍ଟ ଟେନିସ୍ ପ୍ରତିଯୋଗିତା ପାଇଁ ଘୋଷିତ ଭାରତୀୟ ଦଳରେ ୨ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଶିବରାମ ସ୍ୱାଇଁ ଖେଳାଳି ଭାବେ ଦଳରେ ରହିଥିଲା ବେଳେ ବିକାଶ ଚନ୍ଦ୍ର ପଟ୍ଟନାୟକ ଅଧିକାରୀ ଭାବେ ମନୋନୀତ ହୋଇଛନ୍ତି। ଶିବରାମ ଓ ବିକାଶ ଶୁକ୍ରବାର ଏଠାରୁ ବିମାନ ଯୋଗେ ଯାତ୍ରା କରିବା ସମୟରେ ବିଶ୍ୱଜିତ ସ୍ୱାଇଁ ଓ ଓଡ଼ିଶା ସଂଘର ସାଧାରଣ ସଂପାଦକ ମହମ୍ମଦ ଆଜମ୍ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏମାନଙ୍କ ବ୍ୟତୀତ ସଂଘର ପୃଷ୍ଠପୋଷକ ମନୋରଞ୍ଜନ ମହାନ୍ତି, ଉପସଭାପତି ଦିଲିପ କୁମାର ମହାନ୍ତି, ଜିତେନ୍ଦ୍ରନାଥ ପଟ୍ଟନାୟକ ଓ କିସ୍ର କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାସ, କିସ୍ର କ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା, ରଞ୍ଜନ କୁମାର ନନ୍ଦ, ନବରଞ୍ଜନ ପଟ୍ଟନାୟକ, ଅଶୋକ କୁମାର ମହାନ୍ତି, କୃଷ୍ଣଚରଣ ପଣ୍ଡା ପ୍ରମୁଖ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।
ଭାରତୀୟ ସଫ୍ଟ ଟେନିସ୍ ଦଳରେ ଦୁଇ ଓଡ଼ିଆ
Advertisment
Follow Us