ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ: ଭୁବନେଶ୍ବରରେ ପହଞ୍ଚିଲେ ୨ଟି ଟିମ୍‌, ସେପ୍ଟେମ୍ବର ୨୬ରେ ବାରବାଟୀରେ ମ୍ୟାଚ୍‌

ମଇଦାନକୁ ଓହ୍ଲାଇବ ମନିପାଲ୍ ଟାଇଗର୍ସ

ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ: ଭୁବନେଶ୍ବରରେ ପହଞ୍ଚିଲେ ୨ଟି ଟିମ୍‌, ସେପ୍ଟେମ୍ବର ୨୬ରେ ବାରବାଟୀରେ ମ୍ୟାଚ୍‌

ଭୁବନେଶ୍ବର: ସେପ୍ଟେମ୍ବର ୨୬ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଏକ ଲିଗ୍‌ ମ୍ୟାଚ ଖେଳାଯିବ। ଏଥି ପାଇଁ ବାରବାଟୀ ପ୍ରସ୍ତୁତ ହୋଇଯାଇଥିବା ବେଳେ ଆଜି ଅପରାହ୍‌ଣରେ ଭୁବନେଶ୍ବରରେ ୨ଟି ଟିମ୍‌ ଆସି ପହଞ୍ଚିଛନ୍ତି। ଲିଜେଣ୍ଡସ୍‌ ଲିଗ କ୍ରିକେଟର ୨ଟି ଟିମ୍‌ ଯଥା  ଭିଲ୍‌ୱାରା କିଙ୍ଗ୍ସ ଓ ମନିପାଲ୍ ଟାଇଗର୍ସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ସେମାନେ ସିଧାସଳଖ ହୋଲେଟ ମେ ‌ଫାୟାରକୁ ଯାଇଥିଲେ। ହୋଟେଲରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। 

publive-image

ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର କଟକ୍ ଲିଗ୍‌ରେ ଇର୍‌ଫାନ ପଠାନ୍‌ଙ୍କ ନେତୃତ୍ୱାଧୀନ ଭିଲ୍‌ୱାରା କିଙ୍ଗ୍‌ସ, ହର୍‌ଭଜନ ସିଂହଙ୍କ ମନିପାଲ୍ ଟାଇଗର୍ସଠାରୁ ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇବ । ଏହି ମ୍ୟାଚ୍‌ରେ ଭିଲ୍‌ୱାରା କିଙ୍ଗ୍‌ସ ପକ୍ଷରୁ ଇର୍‌ଫାନ୍ ଫଠାନ୍‌, ୟୁସୁଫ୍ ପଠାନ୍ ଓ ଏସ୍ ଶ୍ରୀସାନ୍ତଙ୍କ ଭଳି କିମ୍ବନ୍ଦନ୍ତୀମାନେ ଏବଂ ମନିପାଲ ଟାଇଗର୍ସ ପକ୍ଷରୁ ହରଭଜନ ସିଂହ, ମହମ୍ମଦ କୈଫ୍ ଓ ମୁଟ୍ଟିୟା ମୁରଲ୍‌ଥରନ୍‌ଙ୍କ ଭଳି ସୁପର୍‌ଷ୍ଟାର୍‌ମାନେ ଖେଳିବେ ।

ମନିପାଲ ଟାଇଗର୍ସ ପାଇଁ ନିଜ ପ୍ରତିପକ୍ଷଙ୍କଠାରୁ ପ୍ରତିଶୋଧ ନେବାର ଏହା ଏକ ଭଲ ସୁଯୋଗ ହେବ ।  ବର୍ତମାନ ମନିପାଲ ଟାଇଗର୍ସ ଟେବୁଲର ସବୁଠାରୁ ନିମ୍ନରେ ରହିଛି ।  ସେହିପରି ନୂଆଦିଲ୍ଲୀରେ ନିଜ ନିଜ ମ୍ୟାଚ୍‌ରେ ପରାଜିତ ହେବା ପରେ ଉଭୟ ଟିମ୍ ପାଇଁ କଟକରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହେବ । 

ଏସମ୍ପର୍କରେ ମନିପାଲ୍ ଟାଇଗର୍ସର କୋଚ୍ ଜନ୍ ବୁଚାନନ୍ କହିଛନ୍ତି, ଦିଲ୍ଲୀରେ ଆମେ ଏକାଧିକ ମ୍ୟାଚ୍‌ରେ ପରାଜିତ ହେବା ଏକ ଦୁର୍ଭାଗ୍ୟଜନକ ବିଷୟ । ଆମେ ଏବେ କଟକରେ ଆମର ସର୍ବୋତମ ପ୍ରଦର୍ଶନ ଦେବା ପାଇଁ ପ୍ରସ୍ତୁତ ରହିଛୁ ।’ ସେହିପରି ଭିଲ୍‌ୱାରା କିଙ୍ଗ୍‌ସର କୋଚ୍ ଲାଲଚନ୍ଦ ରାଜପୁତ କହିଛନ୍ତି, ‘କଟକରେ ବର୍ଷା ମ୍ୟାଚ୍‌କୁ ପ୍ରଭାବିତ କରିବ ନାହିଁ ବୋଲି ଆମେ ଆଶା କରୁଛୁ ।  ଆମେ ଏକ ଭଲ ପ୍ରତିଯୋଗିତା ପାଇଁ ଅପେକ୍ଷା କରିଛୁ ।’ କଟକ ଏହି ଟୁର୍ଣ୍ଣାମେଂଟ୍‌ର ଫାଇନାଲ ମ୍ୟାଚ୍ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଟିମ୍‌ଗୁଡିକ ମଧ୍ୟ ଭେନ୍ୟୁର ଏକ ଅନୁଭୂତି ପାଇବା ପାଇଁ ଉତ୍ସାହିତ ରହିଛନ୍ତି । କଟକରେ ପ୍ରଶଂସକଙ୍କ ପାଇଁ ନିଜ ପସନ୍ଦର ସୁପର୍‌ଷ୍ଟାର୍‌କୁ ଦେଖିବା ଲାଗି ଏହା ଏକ ଭଲ ସୁଯୋଗ ହେବ ।

ସୂଚନାଯୋଗ୍ୟ, ବାରବାଟୀରେ ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନୋଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ୨୬ ତାରିଖରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାକୁଥିବା ବେଳେ ୨୭ ତାରିଖରେ ଗୁଜୁରାଟ ଜିଆଣ୍ଟ୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଏବଂ ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ଲିଗ୍‌ ମ୍ୟାଚ ‌ବାରବାଟୀରେ ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟ୍ବେଣ୍ଟି-୨୦ର ଫାଇନାଲ୍‌ ମ୍ୟାଚ ଖେଳାଯିବ। ଏନେଇ ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe