ପୁଣି ନଖରାମି ଦେଖାଇଲେ ଟାଇସନ

ପୁଣି ନଖରାମି ଦେଖାଇଲେ ଟାଇସନ

ସାନ୍‌ ଫ୍ରାନ୍‌ସିସ୍କୋ: ସାନ୍‌ ଫ୍ରାନ୍‌ସିସ୍କୋ ଆନ୍ତର୍ଜାତିକ ବିମାନବନ୍ଦରରେ ବୁଧବାର ବିମାନ ଭିତରେ ଜଣେ ଯାତ୍ରୀଙ୍କୁ ମୁଥ‌ ମାରି କ୍ଷତାକ୍ତ କରିଛନ୍ତି ମାଇକ୍‌ ଟାଇସନ୍‌। ଉଭୟ ଟାଇସନ୍‌ ଓ ସଂପୃକ୍ତ ଯାତ୍ରୀଙ୍କ ମଧ୍ୟରେ ବଚସା ପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଟାଇସନ୍‌ ବିମାନରେ ତାଙ୍କ ପଛ ସିଟ୍‌ରେ ବସିଥିବା ସଂପୃକ୍ତ ଯାତ୍ରୀଙ୍କୁ ମୁଥ ମାରୁଥିବାର ଏକ ଭିଡିଓରେ ଦେଖାଯାଇଛି। ସଂପୃକ୍ତ ବ୍ୟକ୍ତିଜଣକ ଟାଇସନ୍‌ଙ୍କୁ କିଛି ଭାଷା ପ୍ରୟୋଗ କରି ବିରକ୍ତ କରିବା ସହିତ ସେ ସିଟ୍‌ରେ ବସିଥିଲା ବେଳେ ଉତ୍ତ୍ୟକ୍ତ ହୋଇ ତାଙ୍କ ଉପରକୁ ପାଣି ବୋତଲ ଫିଙ୍ଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଏଥିରେ ଟାଇସନ୍‌ କ୍ରୋଧ ସମ୍ବରଣ କରିପାରିନଥିଲେ। ସେ ତାଙ୍କୁ ମୁଥ ମାରିଥିଲା ବେଳେ ସଂପୃକ୍ତ ଯାତ୍ରୀଙ୍କ ମୁଣ୍ଡରୁ ରକ୍ତ ବାହାରିଥିଲା। ଯାହାକି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି। ଏପରି ଘଟଣାକୁ ଟାଇସନ୍‌ଙ୍କ ମୁଖପାତ୍ର ସ୍ପଷ୍ଟ କରିବା ସହ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ଟାଇସନ ଗୁରୁବାର ପୂର୍ବତନ କୁସ୍ତି ଯୋଦ୍ଧା ରିକ୍‌ ଫ୍ଲେୟାରଙ୍କ ସହ ନାଇଟ୍‌ କ୍ଲବ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବୁଧବାର ମିଆମି ଯାତ୍ରା କରୁଥିଲେ। ଦୁର୍ଭାଗ୍ୟବଶତଃ କ୍ରୋଧ ସମ୍ବରଣ କରିନପାରି ଏଭଳି ଘଟଣା ଘଟାଇଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe