୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ୨୦୨୨: ଶନିବାର ଦିନ ଫାଇନାଲ୍‌ରେ ଇଂଲଣ୍ଡ୍‌କୁ ମୁକାବିଲା କରିବ ଭାରତ

Advertisment
୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ୨୦୨୨: ଶନିବାର ଦିନ ଫାଇନାଲ୍‌ରେ ଇଂଲଣ୍ଡ୍‌କୁ ମୁକାବିଲା କରିବ ଭାରତ

Image Courtesy of NDTV

ନୂଆଦିଲ୍ଲୀ: ଆଣ୍ଟିଗୁଆର କୁଲାଇଜ୍‌ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଚାଲିଥିବା ‘ଆଇସିସି ଅଣ୍ଡର୍‌-୧୯ କ୍ରିକେଟ୍‌ ୱାର୍ଲଡ୍‌ କପ୍‌’ର ‘ଦ୍ବିତୀୟ ସୁପର୍‌ ଲିଗ୍‌ ସେମି-ଫାଇନାଲ୍‌’ରେ ବୁଧବାର ଦିନ ଅଷ୍ଟ୍ରେଲିଆକୁ ୯୬ ରନ୍‌ରେ ପରାସ୍ତ କରି ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଥିବା ଭାରତ ଆଗାମୀ ଶନିବାର ଦିନ ଇଂଲଣ୍ଡ୍‌କୁ ମୁକାବିଲା କରିବ।

ସେମିଫାଇନାଲ୍‌ ଖେଳରେ ବିଜୟ ହାସଲ ପାଇଁ ୨୯୧ ରନ୍‌ ଟାର୍ଗେଟ୍‌ ଥିବା ବେଳେ ୪୧.୫ ଓଭର୍‌ରେ ୧୯୪ ରନ୍‌ କରି ଅ‌ଷ୍ଟ୍ରେଲିଆର ସମସ୍ତ ଖେଳାଳି ଆଉଟ୍‌ ହୋଇଯାଇଥିଲେ। ଅର୍ଦ୍ଧଶତକ ହାସଲ କରିଥିବା ଲାଚ୍‌ଲାନ୍‌ ସ’ ଆଉଟ୍‌‌ ହେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ୍‌ର ପତନ ଘଟିଥିଲା। ଭାରତୀୟ ଟିମ୍‌ ପକ୍ଷରୁ ଭିକ୍କି ଓସ୍ତ୍‌ୱାଲ୍‌ ଭଲ ବୋଲିଙ୍ଗ୍‌ କରି ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ। ତାଙ୍କ ଛଡ଼ା, ନିଶାନ୍ତ ସିନ୍ଧୁ, ରବି କୁମାର ମଧ୍ୟ ୨ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ। ସେହିପରି, କୌଶଲ୍‌ ତାମ୍ବେ ଏବଂ ଅଙ୍ଗକୃଶ ରଘୁବଂଶୀ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।

publive-image Image Courtesy of The Times of India

ପୂର୍ବରୁ ଭାରତ ୫୦ ଓଭର୍‌‌ ଖେଳି ୫ ୱିକେଟ୍‌ରେ ୨୯୦ ରନ୍‌ ହାସଲ କରିଥିଲା। ସେଥିରୁ ଅଧିନାୟକ ୟଶ୍‌ ଧୁଲ୍‌ ଶତକ ହାସଲ କରିଥିଲେ। ୧୧୦ ବଲ୍‌ ଖେଳି ସେ ୧୧୦ ରନ୍‌ ସଂଗ୍ରହ କରିଥିଲେ। ତାଙ୍କ ସହ ବ୍ୟାଟିଙ୍ଗ୍‌ କରୁଥିବା ଶେଖ୍‌ ରଶୀଦ୍‌ ମଧ୍ୟ ୧୦୮ଟି ବଲ୍‌ ଖେଳି ୯୪ ରନ୍‌ ସଂଗ୍ରହ କରିଥିଲେ।

ସେହିପରି, ଅଷ୍ଟ୍ରେଲିଆ ତରଫରୁ ୱିଲିୟମ୍‌ ସାଲ୍‌ଜ୍‌ମାନ୍‌ ଏବଂ ଜ୍ୟାକ୍‌ ନିସବେଟ୍‌ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।

ସେପଟେ, ସେମିଫାଇନାଲ୍‌ ଆଫଗାନିସ୍ତାକୁ ପରାସ୍ତ କରିଥିବା ଇଂଲଣ୍ଡ୍‌ ମଧ୍ୟ ଫାଇନାଲ୍‌କୁ ପ୍ରବେଶ କରିଛି। ଆଗାମୀ ଶନିବାର ଦିନ ଇଂଲଣ୍ଡ ଓ ଭାରତ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe