କୁଇନ୍ସଟାଉନ୍: ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ ସେମିଫାଇନାଲ୍ରେ ଏସିଆ ମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ଶୁକ୍ରବାର କ୍ୱାର୍ଟର ଫାଇନାଲ୍ରେ ବାଂଲାଦେଶକୁ ୧୩୧ ରନ୍ରେ ପରାସ୍ତ କରି ଭାରତ ସେମିଫାଇନାଲ୍ ପ୍ରବେଶ କରିଛି। ଶୁଭମ୍ ଗିଲ୍ (୮୬) ଓ ଅଭିଷେକ ଶର୍ମା (୫୦)ଙ୍କ ଅର୍ଧଶତକ ସାଙ୍ଗକୁ ଅଧିନାୟକ ପୃଥ୍ଵୀ ସ’ଙ୍କ ୪୦, ଓ୍ଵିକେଟ୍ ରକ୍ଷକ ହେମନ୍ତ ଦେଶାଇଙ୍କ ୩୪ ରନ୍ ବଳରେ ଟସ୍ ଜିତି ବ୍ୟାଟିଂ ନେଇଥିବା ଭାରତ ୪୯.୨ ଓଭରରେ ୨୬୫ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ବାଂଲାଦେଶର ସଫଳ ବୋଲର ଭାବେ କାଜି ଓନିକ୍ ୩, ନୟିମ୍ ହାସନ୍ ଓ ସୈଫ୍ ହାସନ୍ଙ୍କ ୨ ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ଜବାବରେ ବାଂଲାଦେଶ ୪୨.୧ ଓଭରରେ ୧୩୪ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା। ପିନାକ ଘୋଷ ୪୩ ରନ୍ କରିଥିଲା ବେଳେ ଭାରତ ପକ୍ଷରୁ କମଲେଶ ନାଗରକୋଟି ୧୮ ରନ୍ରେ ୩, ଶିବମ୍ ମାଭି ୨୭ ରନ୍ରେ ୨, ଅଭିଷେକ ଶର୍ମା ୧୧ ରନ୍ରେ ୨ ଓ୍ଵିକେଟ୍ ଦଖଲ କରି ଭାରତକୁ ବଡ଼ ବ୍ୟବଧାନର ବିଜୟ ଭେଟି ଦେଇଥିଲେ।
ଭାରତ-ପାକିସ୍ତାନ ସେମିଫାଇନାଲ୍ ମଙ୍ଗଳବାର
Advertisment
Follow Us