ଉଦୀପ୍ତ ‘ମୋଟରବାଇକ୍ସ ଇଣ୍ଡିଆ’ ଦୂତ

Advertisment
ଉଦୀପ୍ତ ‘ମୋଟରବାଇକ୍ସ ଇଣ୍ଡିଆ’ ଦୂତ

ଭୁବନେଶ୍ୱର: ବହୁରାଷ୍ଟ୍ରୀୟ ଅନଲାଇନ୍‌ ପତ୍ରିକା ‘ମୋଟରବାଇକ୍ସ ଇଣ୍ଡିଆ’ ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର ପେସାଦାର ମୋଟର ସାଇକେଲ୍‌ ରେସର ଉଦୀପ୍ତ କୁମାର ରଥଙ୍କୁ ଭାରତରେ ତାର ଦୂତ ବା ଆମ୍ବାସାଡାର ନିଯୁକ୍ତ କରିଛି। ଏଭଳି ସଫଳତା ଲାଭ କରିବାରେ ଉଦୀପ୍ତ ମଧ୍ୟ ରାଜ୍ୟର ପ୍ରଥମ ରେସିଂ ତାରକା ହୋଇଛନ୍ତି। ଉଦୀପ୍ତ ନିକଟରେ ପାଟନାର ଜଣେ ବନ୍ଧୁଙ୍କ ସହ ମିଶି ରାଜ୍ୟର ପ୍ରଥମ ମୋଟର ସାଇକେଲ୍‌ ରେସିଂ ଦଳ ‘ନରସିମ ରେସିଂ’ ଗଠନ କରିଥିଲେ। ଏହି ଦଳ ସଂପ୍ରତି ଜାତୀୟ ମୋଟର ସାଇକେଲ ରେସିଂର ଦ୍ୱିତୀୟ ପର୍ଯ୍ୟାୟ ଲାଗି ପ୍ରସ୍ତୁତ ହେଉଛି। ଏହା ପୂର୍ବରୁ ଉଦୀପ୍ତ ‘ମୋଟରବାଇକ୍ସ ଇଣ୍ଡିଆ’ର ଦୂତ ନିଯୁକ୍ତ ହେବା ଖବର ଏହି ଦଳର ଆତ୍ମବିଶ୍ୱାସ ବଢ଼ାଇ ଦେଇଛି। ଉଦୀପ୍ତ ଜାତୀୟ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟରେ ନରସିମ ରେସିଂ ଦଳର ପ୍ରତିନିଧିତ୍ୱ କରି କେଟିଏମ୍‌ ୩୯୦ ବାଇକ୍‌ ଚଲାଇବେ। ମୋଟରବାଇକ୍ସ ଇଣ୍ଡିଆ ଇଂଲଣ୍ଡ କଂପାନି ଫିଲିପ ପିଟରର ଭାରତୀୟ ଶାଖା ହୋଇଥିଲା ବେଳେ ଉଦୀପ୍ତ ଏହାର ବ୍ରାଣ୍ଡ ଆମ୍ବାସାଡାର ନିଯୁକ୍ତ ହେବା ରାଜ୍ୟ ପାଇଁ ଗର୍ବ ଏବଂ ଗୌରବର ବିଷୟ ହୋଇଛି। ଜାତୀୟ ମୋଟର ରେସିଂ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟ ଚଳିତ ମାସ ୬ରୁ୮ ତାରିଖ ପର୍ଯ୍ୟନ୍ତ ଚେନ୍ନାଇର ମାଦ୍ରାସ ମୋଟର ରେସ୍‌ ଟ୍ରାକରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ନରସିମ ରେସିଂ ଦଳ ଭଲ ସ୍ଥିତିରେ ଥିଲେ ମଧ୍ୟ ଦୁର୍ଘଟଣାର ଶିକାର ହୋଇ ପଏଣ୍ଟ ଅର୍ଜନରୁ ବଞ୍ଚିତ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଭଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ଉଦୀପ୍ତଙ୍କ ସହ ଏହି ଦଳର ଦୁଇ ଚାଳକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe