ଧର୍ମକୁ ନେଇ ଆକ୍ରମଣ କରିବା କୁତ୍ସିତ ମାନସିକତା: କୋହଲି

Advertisment
ଧର୍ମକୁ ନେଇ ଆକ୍ରମଣ କରିବା କୁତ୍ସିତ ମାନସିକତା: କୋହଲି

The Cricketer

ଦୁବାଇ: ପାକିସ୍ତାନ ବିପକ୍ଷରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିବା ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଅନଲାଇନ୍ ଟ୍ରୋଲ୍‌ର ସମ୍ମୁଖୀନ ହୋଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ କିଛି କ୍ରିକେଟ୍ ପ୍ରେମୀ ତାଙ୍କ ଧର୍ମକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବହୁ ପୂର୍ବତନ ଓ ଏବେକାର କ୍ରିକେଟର୍‌ଙ୍କ ସହ ରାଜନେତାମାନେ ମଧ୍ୟ ସାମିଙ୍କ ସମର୍ଥନରେ ବାହାରିଥିଲେ। ଏବେ ଅଧିନାୟକ ବିରାଟ କୋହଲି ତାଙ୍କୁ ଦୃଢ଼ ସମର୍ଥନ କରିଛନ୍ତି। ଟ୍ରୋଲର୍‌ଙ୍କୁ ତୀବ୍ର ଭର୍ତ୍ସନା କରି କୋହଲି କହିଛନ୍ତି ଯେ ସେଥିପାଇଁ ଆମେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ସେହି ମେରୁଦଣ୍ଡ ବିହୀନ ଲୋକଙ୍କ ସହ ନୁହେଁ ବରଂ ପଡ଼ିଆ ଭିତରେ କ୍ରିକେଟ୍ ଖେଳୁଛୁ। ସତ କହିବାକୁ ଗଲେ କୌଣସି ‌ଲୋକଙ୍କ ସାମ୍ନାରେ କିଛି କହିବାର ସତ୍‌ସାହସ ସେମାନଙ୍କର ନାହିଁ। ଏହା ମାନବିକ ବିଚାରଧାରାର ନିକୃଷ୍ଟ ରୂପ। ଜଣକୁ ତା’ ଧର୍ମକୁ ନେଇ ଆକ୍ରମଣ କରିବା କୁତ୍ସିତ ମାନସିକତାଠାରୁ କିଛି କମ୍ ନୁହେଁ। ଧାର୍ମିକ ଭାବନା ଆଧାରରେ ପାତର ଅନ୍ତର କରିବା କଥା ମୁଁ କେବେ ସ୍ବପ୍ନରେ ବି ଭାବିନି। ଏହା ଏକ ଅତି ପବିତ୍ର ଜିନିଷ। ଆମ ଭାତୃତ୍ବ ଏବଂ ବନ୍ଧୁତ୍ବକୁ କେହି କାଣିଚା‌ଏ ବି ଦୋହଲାଇ ପାରିବେ ନାହିଁ। ଏଭଳି କଥା ଆମ ଭିତରକୁ କୌଣସି ପରିସ୍ଥିତିରେ ପ୍ରବେଶ କରି ପାରିବ ନାହିଁ। ଆମକୁ ବୁଝିପାରୁଥିବା ପ୍ରଶଂସକଙ୍କୁ ମୁଁ ଧନ୍ୟବାଦ ଦେବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe