ୟୁକି ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ପର୍ଯ୍ୟାୟ ନିକଟତର

Advertisment
ୟୁକି ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ପର୍ଯ୍ୟାୟ ନିକଟତର

ସିଡ୍‌ନି: ଭାରତୀୟ ଟେନିସ୍‌ ତାରକା ୟୁକି ଭାମ୍ବ୍ରି ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ପର୍ଯ୍ୟାୟ ଖେଳିବାର ନିକଟତର ହୋଇଛନ୍ତି। ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍‌ରେ ୟୁକି ୬-୦, ୬-୨ ସେଟ୍‌ରେ ୧୮୩ ମାନ୍ୟତା ସ୍ପେନୀୟ ଖେଳାଳି କାର୍ଲୋସ ଟାବରନରଙ୍କୁ ହରାଇଥିଲେ। ୧୨୨ ମାନ୍ୟତାପ୍ରାପ୍ତ ୨୫ ବର୍ଷୀୟ ଏହି ଭାରତୀୟ ତାରକା ଶନିବାର ତୃତୀୟ ତଥା ଶେଷ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ କାନାଡାର ପିଟର ପୋଲାନ୍‌ସ୍କିଙ୍କୁ ଭେଟିବେ। ୨୦୧୫ ଏବଂ ୨୦୧୬ରେ ୟୁକି ମୁଖ୍ୟ ଡ୍ର’ରେ ପହଞ୍ଚିଥିଲେ। କିନ୍ତୁ ଉଭୟ ଥର ପ୍ରଥମ ପର୍ଯ୍ୟାୟରୁ ଯଥାକ୍ରମେ ଆଣ୍ଡି ମରେ ଏବଂ ତୋମାସ ବର୍ଦିଚ୍‌ଙ୍କଠୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe