‘ଅଲ୍ଟିମେଟ୍ ଖୋ ଖୋ’ ମେଗାଫାଇନାଲ୍ ଆଜି: ନବୀନ ବଢ଼ାଇଲେ ‘ଓଡ଼ିଶା ଜଗରନଟ୍ସ’ର ମନୋବଳ

Advertisment
‘ଅଲ୍ଟିମେଟ୍ ଖୋ ଖୋ’ ମେଗାଫାଇନାଲ୍ ଆଜି: ନବୀନ ବଢ଼ାଇଲେ ‘ଓଡ଼ିଶା ଜଗରନଟ୍ସ’ର ମନୋବଳ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ‘ଓଡ଼ିଶା ଜଗରନଟ୍ସ’ ଖେଳାଳିଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇ ‘ଅଲ୍ଟିମେଟ୍ ଖୋ ଖୋ’ର ଫାଇନାଲ୍‌ ପ୍ରବେଶ ସଫଳତା ଲାଗି ଖେଳାଳିମାନଙ୍କୁ ବ୍ୟକ୍ତିଗତ ଭାବେ ଅଭିନନ୍ଦନ ଜଣାଇଥିଲେ। ଓଡ଼ିଶା କ୍ରୀଡ଼ା ବିକାଶ ଏବଂ ପ୍ରସାର କଂପାନି ମାଲିକାନାରେ ଥିବା ଏହି ଦଳ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ‘ଅଲ୍ଟିମେଟ୍ ଖୋ ଖୋ’ ଲିଗ୍‌ରେ ଚମତ୍କାର ପ୍ରଦର୍ଶନ କରି ରବିବାରର ଫାଇନାଲ୍ ଲାଗି ଯୋଗ୍ୟତା ହାସଲ କରିଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଫାଇନାଲ୍ ପାଇଁ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପ୍ରଶିକ୍ଷକ ଅଶ୍ବିନ କୁମାର ଶର୍ମା ଏବଂ ସମସ୍ତ ଖେଳାଳି ବେଶ୍ ଉଲ୍ଲସିତ ଥିଲେ। ସମର୍ଥନ ଓ ସହଯୋଗ ପାଇଁ ସମସ୍ତେ ମିଳିତ ଭାବେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଫାଇନାଲ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ଟ୍ରଫି ନେଇ ଭୁବନେଶ୍ବର ଆସିବେ ବୋଲି ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ଶର୍ମା, ଅଧିନାୟକ ଦୀପେଶ ମୋରେ ଏବଂ ଓଡ଼ିଆ ଖେଳାଳି ଜଗନ୍ନାଥ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଫାଇନାଲରେ ଓଡ଼ିଶା ଜଗରନଟ୍ସ ରବିବାର ତେଲୁଗୁ ଯୋଦ୍ଧାସ୍‌କୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe