ହାଇଦ୍ରାବାଦ: : ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମ ଠାରେ ଖେଳାଯାଉଥିବା ଭାରତ-େଓ୍ଵଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍ରେ େଓ୍ଵଷ୍ଟ ଇଣ୍ଡିଜ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ପ୍ରଥମ ପାଳିରେ ସଂଗ୍ରହ କରିଛି ୩୧୧ ରନ। େଓ୍ଵଷ୍ଟଇଣ୍ଡିଜ୍ର ଶେଷ ଖେଳାଳିଭାବେ ଶନ୍ନନ ଗାବ୍ରିଏଲଙ୍କୁ ରିଷଭ ପନ୍ଥଙ୍କ ଦ୍ୱାରା କଟ୍ ବିହାଇଣ୍ଡ କରି ଟେଷ୍ଟ କ୍ୟାରିୟରରେ ଅନ୍ୟତମ ସଫଳତା ଭାବେ ୬ ଓ୍ଵିକେଟ୍ ହାସଲ କରିଛନ୍ତି ଉମେଶ ଯାଦବ। ଉମେଶ ଯାଦବ ମାତ୍ର ୮୮ ରନ୍ ବିନିମୟରେ ୬ ଓ୍ଵିକେଟ ହାସଲ କରି ପୁଣି ଥରେ ନିଜ ଦକ୍ଷତାକୁ ପ୍ରମାଣିତ କରିଛନ୍ତି।
ସୂଚନାଯୋଗ୍ୟ ଯେ ଭ୍ରମଣକାରୀ େଓ୍ଵଷ୍ଟ ଇଣ୍ଡିଜ୍ ଦଳ ରାଜକୋଟ ଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଠାରୁ ପରାସ୍ତ ହୋଇ ୧-୦ ରେ ପଛୁଆ ରହିଛି। ତେଣୁ ଏହି ଶେଷ ଟେଷ୍ଟରେ ଦଳ ଭାରତକୁ କଡ଼ା ଟକ୍କର ଦେବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା େଓ୍ଵଷ୍ଟ ଇଣ୍ଡିଜ ଦଳ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୭ ଓ୍ଵିକେଟ ହରାଇ ୨୯୭ ରନ୍ ସଂଗ୍ରହ କରିଥଲା। ଆଜି ଏହି ସ୍କୋରରେ ଆଉ ମାତ୍ର ୧୬ ରନ୍ ଯୋଡ଼ି ଅବଶିଷ୍ଟ ୩ଟି ଓ୍ଵିକେଟ ହରାଇଥିଲା େଓ୍ଵଷ୍ଟ ଇଣ୍ଡିଜ। ଆଜି େଓ୍ଵଷ୍ଟ ଇଣ୍ଡିଜ୍ର ପତନ ଘଟିଥିବା ସମସ୍ତ ଓ୍ଵକେଟକୁ ଉମେଶ ଯାଦବ ଅକ୍ତିଅର କରି ି ନିଜ କ୍ୟାରିୟରରେ ୬ ଓ୍ଵିକେଟ ହାସଲ କରିଥିଲେ।
ଭାରତ-େଓ୍ଵଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ: େଓ୍ଵଷ୍ଟଇଣ୍ଡିଜ ୩୧୧ରନ୍ରେ ଅଲ ଆଉଟ, ଉମେଶ ଯାଦବ ୬/୮୮
Advertisment
Follow Us