ଉମ୍ରାନଙ୍କ ନିକଟରେ ଗତି ଅଛି, ପରିପକ୍ବ ହେବାକୁ ସମୟ ଲାଗିବ: ସାମି

Advertisment
ବିଶ୍ବକପ୍‌ରେ ସାମି ଇଞ୍ଜେକ୍ସନ ନେଇ ଖେଳୁଥିଲେ

News18

ମୁମ୍ବାଇ : ସନ୍‌ରାଇଜର୍ସ ହାଇଦ୍ରାବାଦର ଉଦୀୟମାନ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକଙ୍କୁ ଚଳିତ ଆଇପିଏଲ୍‌ର ଅନ୍ୟତମ ଶ୍ରେଷ୍ଠ ସନ୍ଧାନ ବିବେଚନା କରାଯାଉଛି। ଘଣ୍ଟାପ୍ରତି ୧୫୭ କିଲୋମିଟର୍ ବେଗରେ ବୋଲିଂ କରିବା ପରେ ତାଙ୍କ ଚର୍ଚ୍ଚା ଜୋର ଧରିଥିଲା। ବିଗତ ୩ଟି ମ୍ୟାଚ୍‌ରେ ଏହି ଜମ୍ମୁ ବୋଲର ନିରାଶ କରିଥିଲେ ମଧ୍ୟ ଉମ୍ରାନଙ୍କୁ ନେଇ ଭାରତୀୟ କ୍ରିକେଟ୍ ଭବିଷ୍ୟତ‌ ଯୋଜନା କରାଯାଉଛି। ଅନେକ ପୂର୍ବତନ ଖେଳାଳି ତାଙ୍କୁ ତୁରନ୍ତ ଭାରତୀୟ ଦଳରେ ସାମିଲ କରିବା ଏବଂ ଇଂଲଣ୍ଡ ଗସ୍ତରେ ସାମିଲ କରିବାକୁ ଦାବି କରିଛନ୍ତି।

ତେବେ ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଭିନ୍ନ କଥା କହିଛନ୍ତି। ‘ମୁଁ ମାନୁଛି ଉମ୍ରାନଙ୍କ ନିକଟରେ ଗତି ଅଛି, ବ୍ୟକ୍ତିଗତ ଭାବେ ମୁଁ କିନ୍ତୁ ଗତିର ବଡ଼ ପ୍ରଶଂସକ ନୁହେଁ। ୱିକେଟ୍‌ର ଉଭୟ ପାର୍ଶ୍ବକୁ ଘଣ୍ଟାପ୍ରତି ୧୪୦ କିଲୋମିଟର୍‌ ବେଗରେ ବଲ୍‌ ପକାଇ ଯଦି ରିଭର୍ସ କରାଇପାରୁଛନ୍ତି ତେବେ ଏହା ଯଥେଷ୍ଟ୍‌ ହେବ ଜଣେ ବ୍ୟାଟରକୁ ଅଡୁଆରେ ପକାଇବା। ଉମ୍ରାନଙ୍କ ନିକଟରେ ଭଲ ଗତି ଅଛି, କିନ୍ତୁ ନିଜକୁ ଉପରସ୍ତରକୁ ନେବାକୁ ହେଲେ ପରିପକ୍ବତା ଆବଶ୍ୟକତା ରହିଛି’। ସମ୍ପ୍ରତି ଗୁଜରାଟ ଟାଇଟନ୍ସ ପାଇଁ ଖେଳୁଥିବା ୩୧ ବର୍ଷୀୟ ସାମି କିନ୍ତୁ ବହୁ ଖୁସି ଯେ ଭାରତରୁ ବହୁ ଦ୍ରୁତ ବୋଲର ବାହାରୁଛନ୍ତି। ଚଳିତ ଆଇପିଏଲ୍‌ରେ ଉମ୍ରାନଙ୍କ ସହିତ ମୋହସିନ୍‌ ଖାନ୍‌, ମୁକେଶ ଚୌଧୁରୀ, ୟାଶ ଦୟାଲ୍‌ ପ୍ରମୁଖ ପ୍ରଭାବିତ କରିଛନ୍ତି। ଚଳିତ ଆଇପିଏଲ୍‌ରୁ ବହୁ ଦ୍ରୁତ ବୋଲର ବାହାରିଲେଣି। ଏହା ଭାରତୀୟ କ୍ରିକେଟ୍‌ ପାଇଁ ଭଲ କଥା। ସ୍ବାଭାବିକ ଭାବେ ଏମାନେ ଅଧିକରୁ ଅଧିକ ମ୍ୟାଚ୍‌ ଖେଳିଲେ ଅଭିଜ୍ଞ ହୋଇଯିବେ ଏବଂ ବରିଷ୍ଠ ଖେଳାଳିଙ୍କ ସଂସ୍ପର୍ଶରେ ଆସି ଖେଳ ଜୀବନ ଗଢ଼ିପାରିବେ ବୋଲି ଭାରତ ପାଇଁ ୫୯ ଟେଷ୍ଟରୁ ୨୧୪ ୱିକେଟ୍‌ ଏବଂ ୭୯ ଦିନିକିଆରୁ ୧୪୮ ୱିକେଟ୍ ନେଇଥିବା ସାମି ପ୍ରକାଶ କରିଛନ୍ତି।

ଚଳିତ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସର ସଫଳତା ପଛରେ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଯୋଗଦାନକୁ ସ୍ବୀକାର କରି ସାମି କହିଥିଲେ ମୁଁ ତାଙ୍କୁ ଅଧିକ ଦାୟିତ୍ବ ସମ୍ପନ୍ନ ହେବାକୁ ପରାମର୍ଶ ଦେଇଥିଲି। ଦଳର ବରିଷ୍ଠ ସଦସ୍ୟ ଭାବେ ମୁଁ ହାର୍ଦିକଙ୍କୁ ନିଜ ଭାବାବେଗକୁ ନିୟନ୍ତ୍ରଣ କରିବାକୁ କହିଥିଲି। ସେ ମଧ୍ୟ ୧୨ ମ୍ୟାଚ୍‌ ପର୍ଯ୍ୟନ୍ତ ବେଶ ଆକ୍ରମଣାତ୍ମକ ଓ ଶାନ୍ତ ଭାବେ ଦଳକୁ ନେତୃତ୍ବ ଦେଇଛନ୍ତି। ସୁନ୍ଦର ଭାବେ ଦଳକୁ ପରିଚାଳିତ କରୁଛନ୍ତି। ପ୍ରଥମ ଥର ଅଧିନାୟକତ୍ବ କରିବା କୌଣସି ଖେଳାଳି ପାଇଁ ସହଜ ନଥାଏ। ଖେଳାଳି ଓ ଅଧିନାୟକ ଭାବେ ମୁଁ ତାଙ୍କ ନିକଟରେ ଅନେକ ପରିବର୍ତନ ଦେଖିଛି ବୋଲି ସାମି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe