୧୨ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଲେ ଉନାଦକତ୍‌

Advertisment
୧୨ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଲେ ଉନାଦକତ୍‌

Zee News

ମୁମ୍ବାଇ : ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକତ୍‌ ୧୨ ବର୍ଷ ପରେ ଭାରତୀୟ ଟେଷ୍ଟ ଦଳକୁ ଫେରିଛନ୍ତି। ଆସନ୍ତା ୧୪ ତାରିଖରୁ ବାଂଲାଦେଶ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳା ପାଇଁ ଆହତ ମହମ୍ମଦ ସାମିଙ୍କ ସ୍ଥାନରେ ଉନାଦକତ୍‌ଙ୍କୁ ସ୍ଥାନ ମିଳିଛି। ଶେ‌ଷ ଥର ପାଇଁ ସେ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକମାତ୍ର ଟେଷ୍ଟରେ ଖେଳିଥିଲେ। ଏହାପରଠୁ ୭ ଦିନିକିଆ ଓ ୧୦ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ସେ ଭାରତ ପାଇଁ ଖେଳିଛନ୍ତି।

ନିକଟରେ ଶେ‌ଷ ହୋଇଥିବା ବିଜୟ ହଜାରେ ଟ୍ରଫିରେ ସେ ‌ସର୍ବାଧିକ ୱିକେଟ ହାସଲ କରିଥିଲେ। ସୌରାଷ୍ଟ ପାଇଁ‌ ଖେଳୁଥିବା ସମୟରେ ୧୦ ମ୍ୟାଚ୍‌ରୁ ୧୯ ୱିକେଟ୍‌ ନେଇଥିଲେ। ଏହି ପ୍ରଦର୍ଶନକୁ ଭିତ୍ତିକରି ତାଙ୍କୁ ଭାରତୀୟ ଦଳକୁ ଡକରା ଆସିଥିବା ଅନୁମାନ କରାଯାଉଛି। ରବିବାର ସୁଦ୍ଧା ସେ ଭାରତୀୟ ଦଳ ସହିତ ଢାକାରେ ‌ଯୋଗଦେବେ। ଅନ୍ୟପକ୍ଷରେ ଆହତ ରୋହିତ ଶର୍ମାଙ୍କ ସ୍ଥାନରେ ଭାରତ ଏ’ର ନେତୃତ୍ବ ନେଇଥିବା ଅଭିମନ୍ୟୁ ଇଶ୍ବରନ୍‌ଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିବା ନେଇ ଆକଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe