୧୫ ବର୍ଷରୁ କମ୍‌ ରାଜ୍ୟ ସ୍କୁଲ୍‌ ରୢାପିଡ୍ ଚେସ୍‌ ୨୬ରୁ

Advertisment
ଅରାତି ମହାନ୍ତି ସ୍ମାରକୀ ଚେସ୍‌: ୭ ମିଳିତ ଆଗୁଆ

The Hans India

କଟକ: ୪୪ତମ ଚେସ୍‌ ଅଲିମ୍ପିଆଡ୍‌ ଉପଲକ୍ଷେ ଆସନ୍ତା ୨୬ ଓ ୨୭ ତାରିଖ ଦୁଇଦିନ ଧରି ବାରବାଟୀ ଷ୍ଟାଡିୟମସ୍ଥିତ ହର୍ଷ ଗେଟ୍‌ ହଲ୍‌ଠାରେ ୧୫ ବର୍ଷରୁ କମ୍‌ ଓଡ଼ିଶା ରାଜ୍ୟ ସ୍କୁଲ୍‌ ଫିଡେ ରେଟେଡ୍‌ ରୢାପିଡ୍ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। କଟକ ଜିଲ୍ଲା ଚେସ୍‌ ସ˚ଘ, ନିଖିଳ ଓଡ଼ିଶା ଚେସ୍‌ ସ˚ଘ ଓ ସର୍ବଭାରତୀୟ ଚେସ୍‌ ସ˚ଘ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁଥିବା ଏହି ପ୍ରତିଯୋଗିତାରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନେ ଅ˚ଶଗ୍ରହଣ କରିପାରିବେ। ପ୍ରତିଯୋଗିତାରେ ଭାଗ ନେବା ପାଇଁ ସର୍ବଭାରତୀୟ ଚେସ୍‌ ମହାସ˚ଘରେ ନାମ ପଞ୍ଜୀକରଣ କରିଥିବା ଆବଶ୍ୟକ। ଭାଗ ନେବାପାଇଁ ପ୍ରବେଶିକା ଦେୟ ସ˚ପୂର୍ଣ୍ଣ ମାଗଣା ରଖାଯାଇଛି। ଖେଳ ସମୟରେ ସ୍କୁଲ୍‌ ପୋଷାକ ଓ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି। ଇଚ୍ଛୁକ ପ୍ରତିଯୋଗୀମାନେ ୨୪ ତାରିଖ ସୁଦ୍ଧା ପ୍ରତିଯୋଗିତା ପାଇଁ ନାମ ପଞ୍ଜୀକରଣ କରିବାକୁ କୁହାଯାଇଛି। ଉଭୟ ବାଳକ ଓ ବାଳିକା ବର୍ଗରେ ୯ରାଉଣ୍ତରେ ମ୍ୟାଚ୍‌ ଅନୁଷ୍ଠିତ ହେବ।

ଉଭୟ ବର୍ଗର ପ୍ରଥମ ୨୫ ଟି ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ମୋଟ ୫୦ ଟ୍ରଫି ପ୍ରଦାନ କରାଯିବ। ଉଭୟ ବର୍ଗର ଶ୍ରେଷ୍ଠ ୨ଜଣ ଖେଳାଳିଙ୍କ ସହ ସରକାରୀ ବିଦ୍ୟାଳୟରେ ପଢୁଥିବା ଉଭୟ ବର୍ଗର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ମହାବଳୀପୁରମ୍‌ଠାରେ ହେବାକୁଥିବା ଚେସ୍‌ ଅଲିମ୍ପିଆଡ୍‌ ଦେଖିବାର ସୁଯୋଗ ମିଳିବ। ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବା ସ˚ପର୍କରେ ଅଧିକ ଜାଣିବା ପାଇଁ ଉପ ସଭାପତି ସତ୍ୟର˚ଜନ ପଟ୍ଟନାୟକ (୭୦୦୮୯୭୩୯୫୦), ଯୁଗ୍ମ ସମ୍ପାଦକ ନିହାର ର˚ଜନ ସାସମଲ (୮୨୪୯୬୧୭୮୯୩), ତାପସ ମହାନ୍ତି (୯୪୩୭୭୫୩୫୫୫)ଙ୍କ ସହିତ ଯୋଗାଯୋଗ କରିବା ପାଇଁ କଟକ ଜିଲ୍ଲା ଚେସ୍‌ ସ˚ଘର ସମ୍ପାଦକ ଅଜୟ କୁମାର ନାୟକ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe