୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍‌କୁ ମିଳିଲା କେନ୍ଦ୍ରୀୟ ଗ୍ୟାରେଣ୍ଟି

୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍‌କୁ ମିଳିଲା କେନ୍ଦ୍ରୀୟ ଗ୍ୟାରେଣ୍ଟି

ଭୁବନେଶ୍ବର: ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍‌କୁ ମିଳିଛି କେନ୍ଦ୍ର କ୍ୟାବିନେଟ୍ ଅନୁ ମୋଦନ। ଭୁବନେଶ୍ବର, ନବି ମୁମ୍ବାଇ ଓ ଗୋଆରେ ଆୟୋଜିତ ହେବାକୁ ଥିବା ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତା ଲାଗି କ୍ୟାବିନେଟ୍ ବୁଧବାର ଆବଶ୍ୟକ ଗ୍ୟାରେଣ୍ଟି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଖେଳପଡ଼ିଆ ରକ୍ଷଣାବେକ୍ଷଣ, ଷ୍ଟାଡିୟମ କ୍ଷମତା ବିକାଶ, ବିଦ୍ୟୁତ ସଂଯୋଗ ଓ କେବଲିଂ, ଷ୍ଟାଡିୟମ ଏବଂ ପ୍ରଶିକ୍ଷଣ କ୍ଷେତ୍ରର ବିକାଶ ଆଦି ପାଇଁ ସର୍ବଭାରତୀୟ ପୁଟବଲ ମହାସଂଘ (ଏଆଇଏଫଏଫ)କୁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଜାତୀୟ କ୍ରୀଡ଼ା ସଂଘମାନଙ୍କୁ ସହାୟତା ଯୋଜନା ପାଇଁ ଆବଣ୍ଟିତ ବଜେଟକୁ ଏହି ଅର୍ଥ ବରାଦ କରାଯାଇଛି। ଭାରତରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ୨୦୨୨ ଆୟୋଜନ ହେବା ଦ୍ୱାରା ଦେଶରେ ମହିଳା ଫୁଟବଲ କ୍ଷେତ୍ରରେ ରହିଥିବା ସମ୍ଭାବନା ସୁଦୃଢ଼ ହେବ। ଏଥିରେ ବିଶ୍ୱର ଶ୍ରେଷ୍ଠ ମହିଳା ଫୁଟବଲ ପ୍ରତିଭାମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରି ଏହି ସମ୍ମାନଜନକ ଟ୍ରଫି ପାଇଁ ପରସ୍ପର ସହ ମୁକାବିଲା କରିବେ । ଆୟୋଜକ ଭାରତ ପ୍ରଥମ ଥର ଲାଗି ଏଥିରେ ଅଂଶଗ୍ରହଣ କରିବ। ଏହାପୂର୍ବରୁ ୧୭ ବର୍ଷରୁ କମ ପୁରୁଷ ଫିଫା ବିଶ୍ୱକପ ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିଲା। ଭାରତରେ ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଆୟୋଜନ କରିବାର ମୂଳଲକ୍ଷ୍ୟ ହେଉଛି ଫୁଟବଲ ନେତୃତ୍ବ ଏବଂ ନୀତି ନିର୍ଦ୍ଧାରକ ସଂସ୍ଥାରେ ମହିଳାମାନଙ୍କର ପ୍ରତିନିଧିତ୍ବ ବୃଦ୍ଧି କରିବା ଏବଂ ଭାରତରେ ଫୁଟବଲ ଖେଳିବା ଲାଗି ଅଧିକ ଝିଅମାନଙ୍କୁ ଅନୁପ୍ରାଣିତ କରିବା। ଭାରତରେ ମହିଳାମାନଙ୍କ ପାଇଁ ଫୁଟବଲର ଗୁଣବତ୍ତାରେ ସୁଧାର ଆଣିବା ଲାଗି ସୁଯୋଗ ସୃଷ୍ଟି କରିବା ମହିଳାଙ୍କ କ୍ରୀଡ଼ାରେ ବାଣିଜ୍ୟିକ ମୂଲ୍ୟରେ ସୁଧାର ଆଣିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe