୧୯ବର୍ଷରୁ କମ ଓଡ଼ିଶା ମହିଳା ‌କ୍ରିକେଟ ଦଳର ଇନ୍ଦୋର ଯାତ୍ରା

Advertisment
୧୯ବର୍ଷରୁ କମ ଓଡ଼ିଶା ମହିଳା ‌କ୍ରିକେଟ ଦଳର ଇନ୍ଦୋର ଯାତ୍ରା

କଟକ: ଆସନ୍ତା ୭ ତାରିଖରୁ ଅରମ୍ଭ ହେବାକୁ ଥିବା ୧୯ ବର୍ଷରୁ କମ ମହିଳା ଦିନିକିଆ କ୍ରିକେଟ ପାଇଁ ଓଡ଼ି‌ଶା ଦଳ ଇନ୍ଦୋର ଯାତ୍ରା କରିଛି। ଇନ୍ଦୋରରେ ସିକିମ, ମିଜୋରାମ, ମୁମ୍ବାଇ, ବେଙ୍ଗଲ ଓ ଚଣ୍ଡୀଗଡ଼ ବିପକ୍ଷରେ ଓଡ଼ିଶା ୫ ମ୍ୟାଚ୍ ଖେଳିବ। ଓଡ଼ିଶା ଦଳରେ ତନ୍ମୟୀ ବେହେରା (ଅଧିନାୟକ), ଅଲିପ୍‌ସା ବିଶ୍ବାଳ, ଅଙ୍କିତା ଗିରି, ଭବାନୀ ଧଡ଼ା, ଦିବ୍ୟା ରାଉତରାୟ, କାଲାଂସି ଧ୍ରିତ୍ୟା, ମିତାଲି ଶର୍ମା, ପ୍ରାର୍ଥନା ପ୍ରତିଶ୍ରୁତି, ପ୍ରିୟଙ୍କାଶ୍ରୀ ମୁଦୁଲି, ପୂଜା କୁମାରୀ ଯାଦବ, ପୁଜାରିଣୀ ଦାସ, ରୋଶନି ବଗର୍ତ୍ତି, ଏସ୍‌ବି ଲରେନ୍ସ. ସୁଚିସ୍ମିତା ପଣ୍ଡା, ସୁଲଗ୍ନା ନାୟକ ରହିଛନ୍ତି। ବ୍ୟାଟିଂ ପ୍ରଶିକ୍ଷକ କାଦମ୍ବିନୀ ମହାକୁଡ, ବୋଲିଂ ପ୍ରଶିକ୍ଷକ ଟିକିଲତା ପ୍ରଧାନ, ଫିଜିଓ ନାଫିସ‌ା ନେହା ସବନମ, ଟ୍ରେନର ସସ୍ମିତା ସାହୁ, ଭିଡିଓ ଆନାଲିଷ୍ଟ୍ ଗାୟତ୍ରୀ ବେହେରା ପ୍ରମୁଖ ଦଳ ସହିତ ଇନ୍ଦୋର ଯାତ୍ରା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe