୧୯ ବର୍ଷରୁ କମ୍ ମହିଳା ବିଶ୍ବକପ୍‌: ବୈଷ୍ଣବୀଙ୍କ ବିରଳ ରେକର୍ଡ, ଭାରତର କ୍ରମାଗତ ବିଜୟ

Advertisment

ପ୍ରଥମ ପଦାର୍ପଣରେ ବୈଷ୍ଣବୀ ଶର୍ମାଙ୍କ ହ୍ୟାଟ୍ରିକ୍ ୱିକେଟ୍ ସହ ଯୁବା ବିଶ୍ବକପ୍‌ରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ବୈଷ୍ଣବୀ ଆଇସିସି ୧୯ ବର୍ଷରୁ କମ୍ ମହିଳା ବିଶ୍ବକପ୍‌ ଇତିହାସରେ ଶ୍ରେଷ୍ଠ ବୋଲିଂ ଚିତ୍ର ୪-୧-୫-୫ ସହ ଭାରତକୁ ବଡ଼ ବିଜୟ ମଧ୍ୟ ଦେଇଛନ୍ତି।

ପ୍ରଥମ ପଦାର୍ପଣରେ ବୈଷ୍ଣବୀ ଶର୍ମାଙ୍କ ହ୍ୟାଟ୍ରିକ୍ ୱିକେଟ୍ ସହ ଯୁବା ବିଶ୍ବକପ୍‌ରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ବୈଷ୍ଣବୀ ଆଇସିସି ୧୯ ବର୍ଷରୁ କମ୍ ମହିଳା ବିଶ୍ବକପ୍‌ ଇତିହାସରେ ଶ୍ରେଷ୍ଠ ବୋଲିଂ ଚିତ୍ର ୪-୧-୫-୫ ସହ ଭାରତକୁ ବଡ଼ ବିଜୟ ମଧ୍ୟ ଦେଇଛନ୍ତି।

sdsdsdx

କୁଆଲାଲୁମ୍ପୁର: ପ୍ରଥମ ପଦାର୍ପଣରେ ବୈଷ୍ଣବୀ ଶର୍ମାଙ୍କ ହ୍ୟାଟ୍ରିକ୍ ୱିକେଟ୍ ସହ ଯୁବା ବିଶ୍ବକପ୍‌ରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ବୈଷ୍ଣବୀ ଆଇସିସି ୧୯ ବର୍ଷରୁ କମ୍ ମହିଳା ବିଶ୍ବକପ୍‌ ଇତିହାସରେ ଶ୍ରେଷ୍ଠ ବୋଲିଂ ଚିତ୍ର ୪-୧-୫-୫ ସହ ଭାରତକୁ ବଡ଼ ବିଜୟ ମଧ୍ୟ ଦେଇଛନ୍ତି। ଭାରତ ମଙ୍ଗଳବାର ନିଜ ଦ୍ବିତୀୟ ମ୍ୟାଚ୍‌ରେ ଏକତରଫା ଭାବେ ୧୦ ୱିକେଟ୍‌ରେ ଆୟୋଜକ ମାଲେସିଆକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ମାଲେସିଆ ୧୪.୩ ଓଭରରେ ମାତ୍ର ୩୧ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଥିଲା।

ଜଣେ ବି ବ୍ୟାଟର୍ ଦୁଇ ଅଙ୍କ ଛୁଇଁ ପାରି ନଥିବା ବେଳେ ୪ ଜଣ ଶୂନରେ ଆଉଟ୍ ହୋଇଥିଲେ। ଅତିରିକ୍ତରୁ ମିଳିଥିଲା ସର୍ବାଧିକ ୧୧ ରନ୍। ବାମହାତୀ ସ୍ପିନର୍ ବୈଷ୍ଣବୀ ଶର୍ମାଙ୍କୁ ଠିକଣା ସମର୍ଥନ ଦେଇ ଆୟୁଷୀ ଶୁକ୍ଳା (୩/୮) ମଧ୍ୟ ମାଲେସିଆର ବିପର୍ଯ୍ୟୟ ଘଟାଇଥିଲେ। ଜବାବରେ ଭାରତ ମାତ୍ର ୨.୫ ଓଭରରେ କୌଣସି ୱିକେଟ୍‌ ନ ହରାଇ ୩୨ ରନ୍ ସଂଗ୍ରହ କରି ନେଇଥିଲା। ଗୋଙ୍ଗାଡ଼ି ତ୍ରିଶା (୧୨ ବଲ୍‌ରୁ ୨୭* ରନ୍) ଓ ଜି କମଳିନୀ (୫ ବଲ୍‌ରୁ ୪* ରନ୍) ଘରୋଇ ଦଳର ଲଜ୍ଜାକୁ ବଢ଼ାଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ପରେ ଗ୍ବାଲିୟର୍‌ ଝିଅ ‌ବୈଷ୍ଣବୀ କହିଥ‌ିଲେ ‘‘ମୁଁ ରାଧା ୟାଦବ ଓ ରବୀନ୍ଦ୍ର ଜାଡ଼େଜା (ଭାରତୀୟ ମହିଳା ଓ ପୁରୁଷ‌ ଦଳର ବାମହାତୀ ସ୍ପିନର)ଙ୍କୁ ଅନୁସରଣ କରି କିଭଳି ୱିକେଟ୍‌ ଦଖଲ କରିବି ସ୍ବପ୍ନ ଦେଖିଥିଲି’’। ମ୍ୟାଚ୍‌ର ୧୪ତମ ଓଭର ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ବଲ୍‌ରେ ବୈଷ୍ଣବୀ କ୍ରମାଗତ ୩ ୱିକେଟ୍ ନେଇ ହ୍ୟାଟ୍ରିକ୍ ପୂର୍ଣ୍ଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe