୧୯ ବର୍ଷରୁ କମ୍‌ ବିଶ୍ବକପ୍‌: ଦକ୍ଷିଣ ଆଫ୍ରିକାକୁ ୪୫ ରନ୍‌ରେ ପରାସ୍ତ କଲା ଭାରତ

Advertisment
୧୯ ବର୍ଷରୁ କମ୍‌ ବିଶ୍ବକପ୍‌: ଦକ୍ଷିଣ ଆଫ୍ରିକାକୁ ୪୫ ରନ୍‌ରେ ପରାସ୍ତ କଲା ଭାରତ

ଗାଏନା: ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ରେ ଭାରତ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ରାତିରେ ଖେଳିଥିବା ତା’ର ପ୍ରଥମ ମ୍ୟାଚ୍‌ରେ ୟାଶ୍‌ ଧୂଲ୍‌ଙ୍କ ନେତୃତ୍ବାଧୀନ ଭାରତ ୪୫ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଦେଇଛି। ୯ ବଲ୍‌ରୁ ୯ ରନ୍‌ କରିବା ପ‌ରେ ୧୦-୦-୨୮-୫ର ବୋଲିଂ ଚିତ୍ର ପାଇଥିବା ଭିକି ଓସ୍‌ୱାଲ ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ବିଜୟ ସହିତ ଗ୍ରୁପ୍‌-ବି’ରେ ସାମିଲ ଥିବା ଭାରତ ପୂରା ୨ ପଏଣ୍ଟ ପାଇ ଶୀର୍ଷରେ ରହିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଭାରତ ଅଧିନାୟକ ୟାଶ୍‌ ଧୂଲ୍‌ଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ୪୬.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୩୨ ରନ୍‌ କରିଥିଲା। ଜବାବରେ ଭିକିଙ୍କ ୫ ସାଙ୍ଗକୁ ରାଜ ବୱାଙ୍କ ୪ ଏବଂ ରାଜ୍‌ବର୍ଦ୍ଧନ ହଙ୍ଗାରଗେକରଙ୍କ ଗୋଟିଏ ୱିକେଟ୍‌ ଦଖଲ ଯୋଗୁଁ ଦକ୍ଷିଣ ଆଫ୍ରିକା ପାଳିକୁ ଭାରତ ୧୮୭ ରନ୍‌ରେ ସଫା କରିଦେଇଥଲା। ବେୱାଲ୍‌ଡ ବ୍ରେଭିସ୍‌ (୬୫) ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ଅଧିନାୟକ ଜର୍ଜ ଭାନ୍‌ ହିର୍‌ଡେନ୍‌ (୩୬), ଭାଲିଣ୍ଟିନେ କିଟିମି (୨୫) ଓ ଲିଆମ୍‌ ଅଲ୍‌ଦେର (୧୭) ଦୁଇ ଅଙ୍କ ଛୁଇଁଥିଲେ। ଦଳ ୪୫.୪ ଓଭରରେ ସମସ୍ତ ୱିକେଟ୍‌ ହରାଇଥିଲା। ଭାରତ ତା’ର ପରବର୍ତୀ ତଥା ଦ୍ବିତୀୟ ମ୍ୟାଚ୍‌ ୧୯ ତାରିଖ ଦିନ ଆୟର୍ଲାଣ୍ଡ୍‌ ସହ ଖେଳିବ। ଏହି ଗ୍ରୁପ୍‌ରେ ଶନିବାରର ଅନ୍ୟ ଏକ ମ୍ୟାଚ୍‌ରେ ଉଗାଣ୍ଡାକୁ ୩୯ ରନ୍‌ରେ ପରାସ୍ତ କରି ଆୟର୍ଲାଣ୍ଡ୍‌ ମଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe