୧୯ ବର୍ଷରୁ କମ୍ ବିଶ୍ବକପ୍: ଶ୍ରୀଲଙ୍କାକୁ ହରାଇ ସେମିରେ ଆଫଗାନିସ୍ତାନ

Advertisment

ଭାରତ-ବାଂଲାଦେଶ କ୍ବାର୍ଟର ଫାଇନାଲ୍ ଆଜି

ଭାରତ-ବାଂଲାଦେଶ କ୍ବାର୍ଟର ଫାଇନାଲ୍ ଆଜି

୧୯ ବର୍ଷରୁ କମ୍ ବିଶ୍ବକପ୍: ଶ୍ରୀଲଙ୍କାକୁ ହରାଇ ସେମିରେ ଆଫଗାନିସ୍ତାନ

DNA India

କଲିଜ୍ : ଉତ୍କଣ୍ଠାପୂର୍ଣ୍ଣ କ୍ବାର୍ଟର ଫାଇନାଲ୍ ଲଢ଼େଇରେ ମାତ୍ର ୧୩୪ ରନ୍ କରିବା ସତ୍ତ୍ବେ ରୋମାଞ୍ଚକର ଭାବେ ଶ୍ରୀଲଙ୍କାକୁ ମାତ୍ର ୪ ରନ୍‌ରେ ପରାସ୍ତ କରି ଆଫଗାନିସ୍ତାନ ଚଳିତ ୧୯ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ସେଠାରେ ଏହି ଏସୀୟ ଶକ୍ତି ଇଂଲଣ୍ଡର ମୁକାବିଲା କରିବ। ଏହି ମ୍ୟାଚ୍ ଆସନ୍ତା ୩୧ ତାରିଖରେ ଖେଳାଯିବ। ଇଂଲଣ୍ଡ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ହରାଇ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିସାରିଛି।

ଶନିବାରର ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ହେଲେ ଲୋ ସ୍କୋରିଂ ମୁକାବିଲାରେ ଭିନୁଜା ରଣପଲଙ୍କ ପାଞ୍ଚ ୱିକେଟ୍ ସଫଳତା ବଳରେ ଆଫଗାନିସ୍ତାନକୁ ଶ୍ରୀଲଙ୍କା ୪୭.୧ ଓଭରରେ ଅଲଆଉଟ୍ କରି ଦେଇଥିଲା। ଆଫଗାନିସ୍ତାନ ୧୩୫ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ଥିବାରୁ ଶ୍ରୀଲଙ୍କା ଏହାକୁ ସହଜରେ ହାସଲ କରିନେବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଦଳ ଆଶ୍ଚର୍ଯ୍ୟଜନକ ତଥା ଅପ୍ରତ୍ୟାଶିତ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୪୩ ରନ୍‌ରେ ୭ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ଅବଶ୍ୟ ଦୁନିଥ ୱେଲାଲେଗ ଏବଂ ରବିନ ଡି' ସିଲଭା ଅଷ୍ଟମ ୱିକେଟ୍‌ରେ ୬୯ ରନ୍ ଯୋଡ଼ି ଆଫଗାନିସ୍ତାନ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିବା ଦ୍ବାର ଦେଶରେ ପହଞ୍ଚି ଯାଇଥିଲେ। ତେବେ ଦୁଇ ସ୍ପିନର ଇଝାରୁଲହକ୍ ନଭିଦ ଓ ନାଙ୍ଗେୟାଲିଆ ଖରୋଟ ଠିକଣା ସମୟରେ ଦୁଇଟି ୱିକେଟ୍ ନେଇ ଆଫଗାନିସ୍ତାନକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଶେଷ ୱିକେଟ୍ ଭାବେ ‌ଟ୍ରେଭିନ ମାଥ୍ୟୁ ରନ୍‌ଆଉଟ୍ ହେଲା ବେଳକୁ ଶ୍ରୀଲଙ୍କା ସ୍କୋର ବୋର୍ଡରେ ମାତ୍ର ୧୩୦ ରନ୍ ଥିଲା। ଫଳରେ ଆଫଗାନିସ୍ତାନ ସେମିଫାଇନାଲ୍ ଟିକେଟ ହାସଲ କରିଥିଲା। ଅନ୍ୟପକ୍ଷରେ ଶ୍ରୀଲଙ୍କା କ୍ବାର୍ଟର ଫାଇନାଲ୍‌ରୁ ଦୁଃଖଦ ବିଦାୟ ନେଇଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ନୁର ଅହମ୍ମଦ (୩୦ ରନ୍, ୧/୨୦) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଭାରତ-ବାଂଲାଦେଶ କ୍ବାର୍ଟର ଫାଇନାଲ୍ ଆଜି
ଚାରି ଥର ବିଜେତା ଭାରତ ୱେଷ୍ଟଇଣ୍ଡିଜ୍‌ରେ ଖେଳା ଯାଉଥିବା ଚଳିତ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍‌ର ଶେଷ କ୍ବାର୍ଟର ଫାଇନାଲ୍‌ରେ ଶନିବାର ପଡ଼ୋଶୀ ବାଂଲାଦେଶର ମୁକାବିଲା କରିବ। ଭାରତ ଗ୍ରୁପ୍ ବି'ର ବିଜେତା ଭାବେ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ବାଂଲାଦେଶ ଗ୍ରୁପ୍ ଏ'ର ଉପବିଜେତା ଭାବେ ଏହି ପର୍ଯ୍ୟାୟ ଲାଗି ଟିକେଟ ହାସଲ କରିଛି। ଲିଗ୍ ପର୍ଯ୍ୟାୟରେ କୋଭିଡ୍ ସଙ୍କଟ ଦେଇ ଗତି କରୁଥିବା ଭାରତର ସମସ୍ତ ଖେଳାଳି ଏବେ ସୁସ୍ଥ ହୋଇ ସାରିଥିବାରୁ ରବିବାର ମ୍ୟାଚ୍‌ରେ ଏହି ଦଳ ଫେବରିଟ୍ ଭାବେ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ବାଂଲାଦେଶ ଆଉ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରି ସେମିଫାଇନାଲ୍ ଖେଳିବା ଲକ୍ଷ୍ୟରେ ଲଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe