ଆଇଟା ଏସ୍‌ଏସ୍‌: ଦେବାଶିଷଙ୍କୁ ଟ୍ରଫି

Advertisment
ଆଇଟା ଏସ୍‌ଏସ୍‌: ଦେବାଶିଷଙ୍କୁ ଟ୍ରଫି

ଭୁବନେଶ୍ବର: ରାଜ୍ୟର ଉଦୀୟମାନ ଟେନିସ୍ ପ୍ରତିଭା ଦେବାଶିଷ ସାହୁ ଶୁକ୍ରବାର ନିଜ ‌ଖେଳ ଜୀବନରେ ଆଉ ଏକ ସଫଳତା ଯୋଡ଼ିଛନ୍ତି। ଅହମଦାବାଦର ଅଲ୍‌ଟେଭଲ୍‌ ଟେନିସ୍ ଏକାଡେମି ପରିସରରେ ଅନୁଷ୍ଠିତ ସର୍ବଭାରତୀୟ ଟେନିସ୍ ସଂଘର ୧୬ ବର୍ଷରୁ କମ୍‌ ସୁପର୍‌ ସିରିଜ୍ (ଏସ୍‌ଏସ୍‌)ରେ ଏକକ ଟ୍ରଫି ଜିତି ନେଇଛନ୍ତି।

ଭୁବନେଶ୍ବର ଫାରହାନ୍ ଅଲୀ ଟେନିସ୍ ଏକାଡେମିର ଏହି ଖେଳାଳି ଏକକ ବର୍ଗ ଫାଇନାଲରେ ରାଜସ୍ଥାନର ଭରତ ଫୁଲୱାରିଆଙ୍କୁ ୬-୨, ୪-୬, ୭-୨ରେ ପରାସ୍ତ କରିଥିଲେ। ଯୁଗଳ ବର୍ଗର ସେମିଫାଇନାଲରେ କିନ୍ତୁ ସେ ହାରିଯିବାରୁ ଦ୍ବିମୁକୁଟ ଅର୍ଜନରୁ ବଞ୍ଚିତ ହୋଇଥିଲେ। ଗତ ସପ୍ତାହରେ ସେହି ଅହମଦାବାଦଠାରେ ଦେବାଶିଷ ୧୮ ବର୍ଷରୁ କମ୍‌ ବର୍ଗରେ ଉଭୟ ଏକକ ଓ ଯୁଗଳ ବର୍ଗରେ ଟ୍ରଫି ଜିତି ଦ୍ବିମୁକୁଟ ଅର୍ଜନ କରିଥିବାରୁ ତାଙ୍କ ପ୍ରଶିକ୍ଷକ ଫାରହାନ୍ ଅଲୀ ଖୁସି ହୋଇଛନ୍ତି। ଦେବାଶିଷ ଏବେ ଭାରତୀୟ କନିଷ୍ଠ ଡେଭିସ୍ କପ୍ ଯୋଜନାରେ ଥିବା ଫାରହାନ୍ ମଧ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe