Union Budget: କେନ୍ଦ୍ର ବଜେଟ୍-୨୦୨୬: ଖେଳ ପାଇଁ ବଢିବ କି ବ୍ୟୟ ବରାଦ?

Advertisment

କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ରବିବାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ଏଥର ବଜେଟରେ ଦେଶର କ୍ରୀଡ଼ା କ୍ଷେତ୍ର ପାଇଁ ବ୍ୟୟ ବରାଦ ବଢିବା ଆଶା କରାଯାଉଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ରବିବାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ଏଥର ବଜେଟରେ ଦେଶର କ୍ରୀଡ଼ା କ୍ଷେତ୍ର ପାଇଁ ବ୍ୟୟ ବରାଦ ବଢିବା ଆଶା କରାଯାଉଛି।

Budget

Union Budget-2026 Photograph: (sambad.in)

ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ରବିବାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ଏଥର ବଜେଟରେ ଦେଶର କ୍ରୀଡ଼ା କ୍ଷେତ୍ର ପାଇଁ ବ୍ୟୟ ବରାଦ ବଢିବା ଆଶା କରାଯାଉଛି। ୨୦୨୫-୨୬ ଆର୍ଥିକ ବଜେଟରେ କ୍ରୀଡ଼ା କ୍ଷେତ୍ର ପାଇଁ ବ୍ୟୟବରାଦ ୩୭୯୪.୩୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା, ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୭ ପ୍ରତିଶତ ବା ପ୍ରାୟ ୩୫୧.୯୮ କୋଟି ଟଙ୍କା ଅଧିକ। ଏହି ବ୍ୟୟବରାଦର ଏକ ବଡ଼ ଭାଗ ଅର୍ଥାତ ୧୦୦୦ କୋଟି ଟଙ୍କା ସରକାରଙ୍କ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମକୁ ଯାଇଥିଲା। ଏହା ସହିତ ଜାତୀୟ ଖେଳ ପ୍ରାଧିକରଣଗୁଡ଼ିକୁ ମୋଟ ୪୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା।

ଭାରତକୁ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବାକୁ ସ୍ବପ୍ନ ଦେଖୁଛନ୍ତି ସରକାର

ସେହିପରି ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ଓ ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ପାଇଁ ବ୍ୟୟବରାଦ ବୃଦ୍ଧି କରାଯାଇଥିଲା। କିନ୍ତୁ ଯେତିକି ବଢିବ ତାହା ଦେଶକୁ ଆଗାମୀ ଦିନରେ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିପାରିବ ତ? ବିଶେଷଜ୍ଞମାନଙ୍କ ମତରେ କେନ୍ଦ୍ର ସରକାର ଭାରତକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବାକୁ ସ୍ବପ୍ନ ଦେଖୁଥିବାବେଳେ ସେଥିପାଇଁ ବଡ଼ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେସବୁ ଲକ୍ଷ୍ୟ ହାସଲ କରିବାକୁ ହେଲେ ଭାରତକୁ ନିଜର କ୍ରୀଡ଼ା ବଜେଟ୍ ଆହୁରି ବଢାଇବାକୁ ପଡ଼ିବ।

ଭାରତ ୨୦୩୦ର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଯାଉଥିବାବେଳେ ୨୦୩୬ର ଅଲମ୍ପିକ୍ସ ଆୟୋଜନ ପାଇଁ ଲକ୍ଷ୍ୟ ରଖିଛି। ଏସବୁ ବି୍ଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା କେବଳ ଆୟୋଜନ କରିଦେଲେ ହେବ ନାହିଁ ବରଂ ଏସବୁରେ ଭାରତୀୟ ଆଥଲେଟମାନଙ୍କ ଉତ୍ତମ ପ୍ରଦର୍ଶନ ମଧ୍ୟ ଜରୁରୀ। ଏସବୁ ହାସଲ କରିବାକୁ ହେଲେ ଭାରତକୁ ଏକ ଦୀର୍ଘ ମିଆଦୀ ଯୋଜନା ଭାବରେ ଦେଶର ୨ୟ ଓ ୩ୟ ଶ୍ରେଣୀ ସହରରେ କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାର ଆବଶ୍ୟକତା ରହିଛି। ଏହା ସହିତ ଭାରତ ପାଇଁ ଅଧିକ ପଦକ ଆଣୁଥିବା କ୍ରୀଡ଼ା ଯେପରିକି କୁସ୍ତି,ବନ୍ଧୁକଚାଳନା, ଆଥଲେଟିକ୍ସ, ହକି, ବକ୍ସିଂ, ବ୍ୟାଡମିଣ୍ଟନ ଆଦିରେ ସ୍ବତନ୍ତ୍ର ଭାବେ ଧ୍ୟାନ ଓ ବ୍ୟୟବରାଦ କରାଯିବାର ଆବଶ୍ୟକତା ରହିଛି। ବିଶେଷକରି ଅତ୍ୟାଧୁନିକ ତାଲିମ କେନ୍ଦ୍ର, କ୍ରୀଡ଼ାବିତଙ୍କୁ ଅନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ, କ୍ରୀଡ଼ା ବିଜ୍ଞାନର ବିକାଶ ଆଦି କ୍ଷେତ୍ରରେ ଅଧିକ ବ୍ୟୟବରାଦ କରାଯିବା ଉଚିତ୍।

ଆହୁରି ପଢ଼ନ୍ତୁ: Mira Nair's name in Epstein file: ଏପଷ୍ଟାଇନ ଫାଇଲରେ ମୀରା ନାୟରଙ୍କ ନାଁ, ଫିଲ୍ମ ପାର୍ଟିରେ ଅତିଥି ଥିଲେ ନ୍ୟୁୟର୍କ ମେୟରଙ୍କ ମା’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe