Budget: ୧୧୩୩.୩୪ କୋଟି ବଢ଼ିଲା କ୍ରୀଡ଼ା ବଜେଟ୍‌

Advertisment

କ୍ରୀଡ଼ା ଉପକରଣ ଉତ୍ପାଦନକୁ ଏକ ଲାଭକର ବ୍ୟବସାୟ ଭାବେ ଗଢ଼ି ତୋଳିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ସେଥିପାଇଁ କ୍ରୀଡ଼ା ଉପକରଣ ଉତ୍ପାଦନ କ୍ଷେତ୍ରର ଉନ୍ନତି ଲାଗି ପ୍ରଥମ ଥର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

କ୍ରୀଡ଼ା ଉପକରଣ ଉତ୍ପାଦନକୁ ଏକ ଲାଭକର ବ୍ୟବସାୟ ଭାବେ ଗଢ଼ି ତୋଳିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ସେଥିପାଇଁ କ୍ରୀଡ଼ା ଉପକରଣ ଉତ୍ପାଦନ କ୍ଷେତ୍ରର ଉନ୍ନତି ଲାଗି ପ୍ରଥମ ଥର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

01bbs_23_01022026_112

ନୂଆଦିଲ୍ଲୀ: କ୍ରୀଡ଼ା ଉପକରଣ ଉତ୍ପାଦନକୁ ଏକ ଲାଭକର ବ୍ୟବସାୟ ଭାବେ ଗଢ଼ି ତୋଳିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ସେଥିପାଇଁ କ୍ରୀଡ଼ା ଉପକରଣ ଉତ୍ପାଦନ କ୍ଷେତ୍ରର ଉନ୍ନତି ଲାଗି ପ୍ରଥମ ଥର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ମୋଟ ବଜେଟ୍‌କୁ ପାଖାପାଖି ୧୧୦୦ କୋଟିରୁ ଅଧିକ ଟଙ୍କା ବଢ଼ାଇ ଦିଆଯାଇଛି। ଗତବର୍ଷ କ୍ରୀଡ଼ାକୁ ୩୩୪୬.୫୪ କୋଟି ଟଙ୍କା ମିଳିଥିଲା ବେଳେ ଏବର୍ଷ ଏହାକୁ ୪୪୭୯.୮୮ କୋଟି ଟଙ୍କା କରି ଦିଆଯାଇଛି।

ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପାଇଁ ମିଳୁଥିବା ଅର୍ଥକୁ ମଧ୍ୟ ୮୮୦ କୋଟିରୁ ୯୧୭.୩୮ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଛି। ଅନ୍ୟପକ୍ଷରେ ରବିବାର ଉପସ୍ଥାପିତ ‌ହୋଇଥିବା ବଜେଟ୍‌ରୁ ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ (ନାଡା) କିନ୍ତୁ ପୂର୍ବାପେକ୍ଷା କମ୍‌ ଟଙ୍କା ପାଇଛି। ପୂର୍ବବର୍ଷ ଏହି ସଂସ୍ଥାକୁ ୨୩ କୋଟିରୁ ୨୦.୩୦ କୋଟି ଟଙ୍କାକୁ ହ୍ରାସ କରିଦିଆଯାଇଛି। ଭାରତରୁ ବିଶ୍ବ ପାଇଁ ଶାସ୍ତା, ଦୀର୍ଘସ୍ଥାୟୀ ତଥା ସବୁ ଋତୁ ଓ ସୁବି ଦିନ ଉପଯୋଗୀ ଉପରକଣ ଉତ୍ପାଦନକୁ ଭାରତ ସରକାର ଅଗ୍ରାଧିକାର ଦେଉଛନ୍ତି। ଏଣୁ ଏଥର ପ୍ରଥମ ଥର ଲାଗି ଏସବୁର ଉତ୍ପାଦନ କ୍ଷେତ୍ର ଲାଗି ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଭାଷଣରେ କହିଥିଲେ।

ଆହୁରି ପଢ଼ନ୍ତୁ: Rugby: ଓଡ଼ିଶା ରଗ୍‌ବିରେ ବିରଳ ରେକର୍ଡ: ଗୋଟିଏ ଦିନରେ ୫ ସ୍ବର୍ଣ୍ଣ

ଦେଶରେ କ୍ରୀଡ଼ା ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ‘ଖେଲୋ ଇଣ୍ଡିଆ’ ଲାଗି ୯୨୪.୩୫ କୋଟି ଟଙ୍କା ରଖାଯାଇଛି। ଗତବର୍ଷ ଏହି ଯୋଜନା ଲାଗି ୧,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ହେଲେ ୭୦୦ କୋଟି ଟଙ୍କା ହିଁ ଖର୍ଚ୍ଚ ହୋଇପାରିଥିଲା। ୨୦୩୦ ମସିହାରେ ଭାରତରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଲାଗି ସହାୟତା ରାଶି ୨୮.୦୫ କୋଟିରୁ ୫୦ କୋଟିକୁ ବଢ଼ାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: Cricket: ପାକିସ୍ତାନଠୁ ପ୍ରତିଶୋଧ ନେଲେ ଯୁବ ଭାରତୀୟ ଦଳ



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe