ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବିରଳ କୀର୍ତ୍ତିମାନ: ପଦାର୍ପଣ ଓଭରରେ ହ୍ୟାଟ୍ରିକ୍

ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବିରଳ କୀର୍ତ୍ତିମାନ: ପଦାର୍ପଣ ଓଭରରେ ହ୍ୟାଟ୍ରିକ୍

ଇନ୍ଦୋର: ପ୍ରଥମ ଶ୍ରେଣୀ କ୍ରିକେଟ୍‌ ପଦାର୍ପଣର ପ୍ରଥମ ଓଭରରେ ହ୍ୟାଟ୍ରିକ୍‌ ୱିକେଟ୍‌ ନେବାରେ ବିରଳ ବିଶ୍ବ କୀର୍ତ୍ତିମାନ କରିଛନ୍ତି ମଧ୍ୟପ୍ରଦେଶର ବାମହାତୀ ସିମର୍‌ ରବି ୟାଦବ। ସଂଯୋଗବଶତଃ ସେ ନିଜ ମୂଳ ରାଜ୍ୟ ଉତ୍ତରପ୍ରଦେଶ ବିପକ୍ଷରେ ଏହି ଗୌରବ ଅର୍ଜନ କରିଛନ୍ତି। ପୂର୍ବରୁ ଦକ୍ଷିଣ ଆଫ୍ରିକାର ରାଇସି ଫିଲିପ୍ସ ନିଜ ପ୍ରଥମ ଶ୍ରେଣୀ ଜୀବନର ପ୍ରଥମ ଓଭରରେ ହ୍ୟାଟ୍ରିକ୍‌ ନେଇଥିଲେ ମଧ୍ୟ ଏହା ପୂର୍ବରୁ ସେ ଖେଳିଥିବା ୪ ମ୍ୟାଚ୍‌ରେ ବୋଲିଂ କରିନଥିଲେ। ମୋଟ ଉପରେ ୭ ଜଣ ଅନ୍ୟ ଭାରତୀୟ ପ୍ରଥମ ଶ୍ରେଣୀ ପଦାର୍ପଣରେ ହ୍ୟାଟ୍ରିକ୍ ଅର୍ଜନ କରିଥ‌ିଲେ ମଧ୍ୟ ସେମାନେ ଏହାକୁ ପ୍ରଥମ ଓଭରରେ କରିପାରିନଥିଲେ। ସେମାନଙ୍କ ମଧ୍ୟରେ ଜଭାଗଲ୍ ଶ୍ରୀନାଥ, ସଲିଲ୍ ଆଙ୍କୋଲା, ଅଭିମନ୍ୟୁ ମିଥୁନ ଅନ୍ୟତମ। ଅନ୍ୟ ଭାରତୀୟ ମାନେ ହେ‌ଲେ-ଜେଏସ୍‌ ରାଓ, ଭିବି ରଂଜନେ, ଏସ୍‌ପି ମୁଖାର୍ଜୀ, ମେହବୁଦ୍ଦୁଲ୍ଲା।

publive-image

ଆହତ ସସସ୍ୟା କାରଣରୁ ୨୦୧୦ରୁ ୨୦୧୪ ମସିହା ପର୍ଯ୍ୟନ୍ତ କ୍ରିକେଟ୍‌ଠାରୁ ଦୂରେଇ ରହିଥିବା ରବି ୟାଦବ ଏବେ ନିଜ କ୍ରିକେଟ୍‌ ଜୀବନରେ ନୂଆ ଜୀବନରେଖା ପାଇଛନ୍ତି। ନିଜ ରାଜ୍ୟ ଉତ୍ତରପ୍ରଦେଶରେ ଉପେକ୍ଷିତ ହେବା ପରେ ମଧ୍ୟପ୍ରଦେଶ କ୍ରିକେଟ୍‌ ସଂଘରେ ପଞ୍ଜିକୃତ ହୋଇ ଏବେ ଲୋକଲୋଚନକୁ ଆସିଛନ୍ତି। ସୁରେଶ ରାଇନା, ଆର୍‌ପି ସିଂହଙ୍କୁ ଗଢ଼ିଥିବା ଲକ୍ଷ୍ନୌର ସ୍ପୋର୍ଟସ କଲେଜରୁ ବାହାରିଥିବା ରବି ୟାଦବ ନିଜକୁ ଜଣେ ରଣଜୀ ଖେଳାଳି ହୋଇପାରିଥିବାରୁ ଖୁସି ଅନୁଭବ କରିଛନ୍ତି। ଉତ୍ତରପ୍ରଦେଶରେ ବଢ଼ିଥିଲେ ମଧ୍ୟ ସୁଯୋଗ ପାଇନଥିଲି। ମଧ୍ୟପ୍ରଦେଶରେ ୩ ବର୍ଷ ଧରି ନେଟ୍ ବୋଲର ହେବା ପରେ ଏବେ ଏହାର ମୂଲ୍ୟ ପାଇଛି। ଦେବେନ୍ଦ୍ର ବୁନ୍ଦେଲା, ହରଭିନ୍ଦର ସିଂହ‌ ସୋଢ଼ୀ, ଆବାଲ ଅଲୀଙ୍କ ପରାମର୍ଶ ମୋତେ ସୁଯୋଗ ଅପେକ୍ଷାରେ ରହିବାକୁ ପ୍ରବର୍ତ୍ତାଇଥିଲା ବୋଲି ରବି କହିଛନ୍ତି। ମୋର ୧୯ ବର୍ଷରୁ କମ୍‌ ସାଥି ଖେଳାଳିମାନେ ଆଗକୁ ବଢ଼ିଯାଇଥିଲେ। ମୁଁ କେଉଁଠି ବି ନଥିଲି। ଆଜି ମୁଁ ନିଜକୁ ଭାଗ୍ୟବାନ ମଣୁଛି’ ବୋଲି ରବି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe