ୟୁନାଇଟେଡ୍‌-ମୁକ୍ତେଶ୍ୱର ଫାଇନାଲ୍‌

Advertisment

ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌

ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌

ୟୁନାଇଟେଡ୍‌-ମୁକ୍ତେଶ୍ୱର ଫାଇନାଲ୍‌

ଭୁବନେଶ୍ୱର: ଭୁବନେଶ୍ୱର ଦୌଡ଼କୁଦ ସଂଘ (ବିଏଏ) ପକ୍ଷରୁ ଚାଲିଥିବା ଚତୁଃର୍ଦଶ ଗତିକୃଷ୍ଣ ସ୍ମାରକୀ ‘ବି’ ଡିଭିଜନ୍‌ ଫୁଟ୍‌ବଲ୍‌ ଲିଗ୍‌ର ଫାଇନାଲରେ ମଙ୍ଗଳବାର ମୁକ୍ତେଶ୍ୱର ଫୁଟ୍‌ବଲ୍‌ କ୍ଲବ୍‌ ସହିତ ୟୁନାଇଟେଡ୍‌ ୟୁଥ୍‌ ସ୍ପୋର୍ଟସ କ୍ଲବର ମୁକାବିଲା ହେବ। ସୋମବାର ଦ୍ୱିତୀୟ ସେମିଫାଇନାଲ୍‌ରେ ୟୁନାଇଟେଡ୍‌ ୟୁଥ୍‌ ସ୍ପୋର୍ଟସ କ୍ଲବ୍‌ ୨-୦ ଗୋଲ୍‌ରେ ନୀଲକମଲ୍‌ ଫୁଟ୍‌ବଲ୍‌ କ୍ଲବ୍‌କୁ ପରାସ୍ତ କରିଥିଲା। ଉଭୟ ଗୋଲ୍‌କୁ ଜଗନ୍ନାଥ ବାରିକ ମ୍ୟାଚ୍‌ର ଚତୁର୍ଥ ଓ ୩୮ତମ ମିନିଟ୍‌ରେ ଦେଇଥିଲେ। ସୁଶାନ୍ତ କୁମାର ମିଶ୍ର, ସୁଦୀପ ଦାସ, ଶେଖାଓ୍ଵତ ଖାନ୍‌ ଏବଂ ରଜତ ମଲ୍ଲିକ ମ୍ୟାଚ୍‌ ପରିଚାଳନା କରିଥିଲେ। ମଙ୍ଗଳବାର ଅପରାହ୍‌ଣ ୩ଟାରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ବୋଲି ବିଏଏ ସମ୍ପାଦକ ଡକ୍ଟର ସୌର୍ଯ୍ୟରଂଜନ ପରିଜା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe