ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ସାଇକେଲ୍‌ଚାଳନା, ସ୍ବସ୍ତିଙ୍କୁ ସ୍ବର୍ଣ୍ଣ

Advertisment
ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ସାଇକେଲ୍‌ଚାଳନା, ସ୍ବସ୍ତିଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ (ଏଆଇୟୁ) ଏବଂ ପାତିଆଲାସ୍ଥିତ ପଞ୍ଜାବୀ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଅନ୍ତବିଶ୍ବବିଦ୍ୟାଳୟ ସାଇକ୍ଲିଂ ଟ୍ରାକ୍‌ (ପୁରୁଷ ଓ ମହିଳା) ଚାମ୍ପିଅନ୍‌ସିପ୍‌ରେ କିଟ୍‌ ଛାତ୍ରୀ ସ୍ବସ୍ତି ସିଂହ ୪ ଦିନ ମଧ୍ୟରେ ଦ୍ବିତୀୟ ପଦକ ହାସଲ କରିଛନ୍ତି। ଏହି ୪ ଦିନିଆ ପ୍ରତିଯୋଗିତାର ମଙ୍ଗଳବାର ପ୍ରଥମ ଦିବସରେ ମହିଳା ବ୍ୟକ୍ତିଗତ ପର୍ସୁଟ ୩ କିମିରେ ରୌପ୍ୟ ପଦକ ଜିତିଥିବା ସ୍ବସ୍ତି ଶୁକ୍ରବାର ଅନ୍ତିମ ଦିବସରେ ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। ସ୍ବସ୍ତି ମହିଳା ପଏଣ୍ଟ ରେସ୍‌ରେ ସ୍ବର୍ଣ୍ଣ ଜିତିଛନ୍ତି। ଏହା ମଧ୍ୟ ସାଇକ୍ଲିଂରେ ଓଡ଼ିଶା ପାଇଁ ପ୍ରଥମ ବ୍ୟକ୍ତିଗତ ବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣ ପଦକ। ଏଭଳି ସଫଳତା ପାଇଁ ସ୍ବସ୍ତିଙ୍କୁ କିଟ୍‌ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe