ସର୍ବଭାରତୀୟ ରେଳବାଇ ଟ୍ବେଣ୍ଟି-୨୦: ପଞ୍ଚମ ବିଜୟ ସହ ଶୀର୍ଷରେ ପୂର୍ବତଟ ରେଳବାଇ

Advertisment
ସର୍ବଭାରତୀୟ ରେଳବାଇ ଟ୍ବେଣ୍ଟି-୨୦: ପଞ୍ଚମ ବିଜୟ ସହ ଶୀର୍ଷରେ ପୂର୍ବତଟ ରେଳବାଇ

ସମ୍ବଲପୁର: ୬୬ତମ ସର୍ବଭାରତୀୟ ରେଳବାଇ ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଶନିବାର ପୂର୍ବତଟ ରେଳବାଇ ତା’ର ପଞ୍ଚମ ବିଜୟ ହାସଲ କରି ୧୧ ପଏଣ୍ଟ ସହ ଗ୍ରୁପ୍‌ର ଶୀର୍ଷ ସ୍ଥାନ ହାସଲ କିରଛି। ପୂର୍ବତଟ ରେଳବାଇ ଦଳ ୫ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହୋଇଥିଲା।

ଶନିବାର ସ୍ଥାନୀୟ ରେଳବାଇ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ରେଳ ଚକ କାରଖାନା (ଆର୍‌ଡବ୍ଲୁଏଫ୍‌)କୁ ୧୫ ରନ୍‌ରେ ଦକ୍ଷିଣ କେନ୍ଦ୍ରୀୟ ରେଳପଥ (ଏସ୍‌ସିଆର୍‌) ପରାସ୍ତ କରିଛି। ଧର୍ମା ରେଡ୍ଡୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ପୂର୍ବତଟ ରେଳବାଇ ୯ ଵିକେଟ୍‌ରେ ଆର୍‌ପିଏଫ୍‌ ଦଳକୁ ପରାସ୍ତ କରିଥିଲା। ଆର୍‌ପିଏଫ୍‌ ଦଳ ୧୯.୪ ଓଭର୍‌ରେ ସମସ୍ତ ଵିକେଟ୍‌ ହରାଇ ୧୦୯ ରନ୍‌ କରିଥିଲା। ଆଶିଷ ୟାମ୍ବୁର୍‌ ୨୨ ରନ୍‌ କରିଥିବା ବେଳେ ପୂର୍ବତଟ ରେଳବାଇର ଜୟନ୍ତ ବେହେରା ୩ ଵିକେଟ୍‌ ହାସଲ କରିଥିଲେ। ଜବାବରେ ପୂର୍ବତଟ ରେଳବାଇ ଦଳ ୧୩.୧ ଓଭର୍‌ରେ ଗୋଟିଏ ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଗିରିଜା ରାଉତ ୫୭ ରନ୍‌ (୪୨ ବଲ୍‌) କରିଥିଲେ। ଜୟନ୍ତ ବେହେରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe