ସର୍ବଭାରତୀୟ ସଫ୍ଟବଲ: ଉଭୟ ଫାଇନାଲରେ ପଞ୍ଜାବ

Advertisment
ସର୍ବଭାରତୀୟ ସଫ୍ଟବଲ: ଉଭୟ ଫାଇନାଲରେ ପଞ୍ଜାବ

ପୁରୀ: ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତାର ଉଭୟ ପୁରୁଷ ଓ ମହିଳା ଫାଇନାଲ୍‌ରେ ପଞ୍ଜାବ ସ୍ଥାନ ସୁରକ୍ଷିତ କରିଛି। ମହିଳା ଫାଇନାଲ୍‌ରେ ମହାରାଷ୍ଟ୍ର ସହ ମୁହାଁମୁହିଁ ହେବ ପଞ୍ଜାବ। ବୁଧବାର ମହିଳା ସେମିଫାଇନାଲରେ ମହାରାଷ୍ଟ୍ର ୧-୦ରେ କେରଳକୁ ଏବଂ ପଞ୍ଜାବ ୪-୦ରେ ଛତିଶଗଡ଼କୁ ଓ ପରବର୍ତୀ ମ୍ୟାଚ୍‌ରେ କେରଳକୁ ୫-‌୦ରେ ହରାଇ ଫାଇନାଲରେ ପ୍ରବେଶ କରିଛି।

ଅନ୍ୟପକ୍ଷରେ ପୁରୁଷ ବର୍ଗର ପ୍ରଥମ ସେମିଫାଇନାଲରେ ପଞ୍ଜାବ ୬-୫ରେ ଛତିଶଗଡ଼କୁ ହରାଇ ସିଧାସଳଖ ଫାଇନାଲରେ ପହଞ୍ଚିଛି। ଅନ୍ୟ ଏକ ସେମିଫାଇନାଲରେ ଆନ୍ଧ୍ରପ୍ରଦେଶ ୨-୦ରେ ମଧ୍ୟପ୍ରଦେଶକୁ ହରାଇଛି। ତେବେ ଫାଇନାଲ୍‌ ପ୍ରବେଶ ପାଇଁ ଗୁରୁବାର ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍‌ର ବିଜୟୀ ଦଳ ଫାଇନାଲ୍‌‌ରେ ପଞ୍ଜାବ ସହ ଖେଳିବ। ତାଳବଣିଆ କ୍ରୀଡ଼ା କମ୍ପ୍ଲେକ୍ସରେ ସେମିଫାଇନାଲ ଅବସରରେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ଓ ସମାଜସେବୀ ଚକ୍ରଧର ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ। ଟୁର୍ଣ୍ଣାମେଣ୍ଟ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ, ସଫ୍ଟବଲ ସଂଘର ରାଜକିଶୋର ପଟ୍ଟନାୟକ, ସୌମିତ୍ର ହରିଚନ୍ଦନ, ସତିକାନ୍ତ ପଟ୍ଟନାୟକ, ସୌରଭ ରଥ, ଏଲୋରା କାନୁନଗୋ, ଅରବିନ୍ଦ ଦାସ, ସୁଚରିତା ପଟ୍ଟନାୟକ, ସୌଭାଗ୍ୟ ସାହୁ, ସୌମ୍ୟରଂଜନ ସାହୁ, ବିଭୂ ପଶୁପାଳକ, ଅମିୟ ନାଗ ଓ ଅଶୋକ ମହାନ୍ତି ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe