ଥିରୁବନ୍ତପୁରମ: ଏଠାରେ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଯୁବ ଟେଷ୍ଟ୍ର ପ୍ରଥମ ଦିନରେ ଭାରତ ପଲ୍ଲା ଭାରି ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୫୨ ରନ୍ରେ ଅଲ୍ଆଉଟ୍ ହୋଇଥିଲା ବେଳେ ଷ୍ଟମ୍ପ୍ ଅପସାରଣ ବେଳକୁ ଭାରତ ୨ ୱକେଟ୍ ବିନିମୟରେ ୧୧୨ ରନ୍ କରିଛି। ଯଶସ୍ବୀ ଜୟସ୍ବାଲ ୮୧ ରନ୍ରେ ଅପରାଜିତ ଥିଲା ବେଳେ ଭତ୍ସଲ ଶର୍ମା ୨୫ ଓ ଦିବ୍ୟାଂଶ ସକ୍ସେନା ୨ ରନ୍ରେ ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ବ୍ରେସି ପାର୍ସନ୍ସ (୬୪), ରୁଆନ୍ ଟରବାଲ୍ଚ୍ (୫୧) ଓ ଥାମସାଙ୍କା କୁମାଲା (୧୩) କେବଳ ଦୁଇ ଅଙ୍କ ଛୁଇଁ ଥିଲେ। ଭାରତ ପକ୍ଷରୁ ମନୀଶ ୫ ଓ ହ୍ରିତିକ ସୁକୀନ ୨ ୱିକେଟ୍ ପାଇଥିଲେ।
ଯୁବ ଟେଷ୍ଟ୍: ଦକ୍ଷିଣ ଆଫ୍ରିକା ୧୫୨, ଭାରତ ୧୧୨/୨
Advertisment
Follow Us