ୟୁପି ରୁଦ୍ରାସ୍‌କୁ ଜିତାଇଲେ ଚିର୍‌ମାକୋ; ସୁର୍‌ମା ହକି କ୍ଲବକୁ ୩-୦ରେ ହରାଇଲା

ହକି ଇଣ୍ଡିଆ ଲିଗ୍‌ରେ ୟୁପି ରୁଦ୍ରାସ୍‌ ତା’ର ଦମ୍‌ଦାର ପ୍ରଦର୍ଶନ ଜା‌ରିରଖିଛି। ଗୁରୁବାର ତାରକାଖଚିତ ସୁର୍‌ମା ହକି କ୍ଲବକୁ ୩-୦ ଗୋଲ୍‌ରେ ପରାସ୍ତକରି ୟୁପି ରୁଦ୍ରାସ୍‌ କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ ଜିତିଛି।

ରାଉରକେଲା: ହକି ଇଣ୍ଡିଆ ଲିଗ୍‌ରେ ୟୁପି ରୁଦ୍ରାସ୍‌ ତା’ର ଦମ୍‌ଦାର ପ୍ରଦର୍ଶନ ଜା‌ରିରଖିଛି। ଗୁରୁବାର ତାରକାଖଚିତ ସୁର୍‌ମା ହକି କ୍ଲବକୁ ୩-୦ ଗୋଲ୍‌ରେ ପରାସ୍ତକରି ୟୁପି ରୁଦ୍ରାସ୍‌ କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ ଜିତିଛି। ଅପରପକ୍ଷରେ ପ୍ରଥମ ମ୍ୟାଚ୍‌ରେ ସୁଟ୍‌ଆଉଟ୍‌ରେ ଜିତିଥିବା ସୁର୍‌ମା ଖେଳାଳି ଆଜି କିନ୍ତୁ ପ୍ରଶଂସକଙ୍କୁ ନିରାଶ କରିଛି।

ଆଜିର ମ୍ୟାଚ୍‌ରେ ୟୁପି ରୁଦ୍ରାସ୍‌ର ଦବ୍‌ଦବା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ଓଡ଼ିଆ ତାରକା ସୁଦୀପ ଚିରମାକୋ ଏକ ଆକର୍ଷଣୀୟ ଫିଲ୍‌ଡ ଗୋଲଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ସୁର୍‌ମା ଖେଳାଳି ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ମ୍ୟାଚ୍‌ର ୩୮ତମ ମିନିଟ୍‌ରେ ଯୋବନପ୍ରୀତ ସିଂହ ଓ ୫୮ତମ ମିନିଟ୍‌ରେ ଆକାଶଦୀପ ସିଂହ ଗୋଟିଏ ଲେଖାଏ ଗୋଲ୍‌ଦେଇ ବ୍ୟବଧାନକୁ ୩-୦ ଗୋଲ୍‌କୁ ନେଇଥିଲେ।

publive-image
ମ୍ୟାଚ୍‌ର ଶେଷ ସେକେଣ୍ଡ୍‌ରେ ସୁର୍‌ମା ହକି କ୍ଲବ ଲାଗ୍‌ଲାଗ୍‌ ଦୁଇଟି ପେନାଲ୍‌ଟି କର୍ଣ୍ଣର ସୁଯୋଗ ପାଇଥିଲେ ମଧ୍ୟ ଗୋଲ୍‌ରେ ପରିବର୍ତ୍ତନ କରିପାରିନଥିଲେ। ଫଳରେ ହର୍ମନପ୍ରୀତଙ୍କ ସୁର୍‌ମା ହକି କ୍ଲବ ୦-୩ ଗୋଲ୍‌ରେ୍‌ ପରାଜୟ ଭୋଗିଛି।ଏକାଧିକ ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗ ହାତଛଡ଼ା କରିବା ସୁର୍‌ମାକୁ ବେଶ୍‌ ମହଙ୍ଗା ପଡ଼ିଛି। ଦଳ ୮ଟି ପେନାଲ୍‌ଟି ସୁଯୋଗ ପାଇଥିଲେ ମଧ୍ୟ ଗୋଟିଏ ଗୋଲ୍‌ ସୁଝିପାରିନଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe