ଭାରତୀୟ କ୍ରିକେଟ୍ ଦଳକୁ ଫେରିଲେ ଅପଟନ୍: ୨୦୧୧ ବିଶ୍ବକପ୍ ବିଜୟ ବେଳେ ଦଳ ସହ ଥିଲେ

Advertisment
ଭାରତୀୟ କ୍ରିକେଟ୍ ଦଳକୁ ଫେରିଲେ ଅପଟନ୍: ୨୦୧୧ ବିଶ୍ବକପ୍ ବିଜୟ ବେଳେ ଦଳ ସହ ଥିଲେ

Times of India

ନୂଆଦିଲ୍ଲୀ: ତତ୍‌କାଳୀନ ମୁଖ୍ୟ ପ୍ରଶିକ୍ଷକ ତଥା‌ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ୟାରି କର୍ଷ୍ଟେନଙ୍କ ସହ ଭାରତର ୨୦୧୧ ଏକଦିବସୀୟ ବିଶ୍ବକପ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଷ୍ଟ୍ରେନ୍ଥ ଓ କଣ୍ଡିଂସନିଂ ପ୍ରଶିକ୍ଷକ ପ୍ୟାଡି ଅପଟନ୍ ପୁଣି ଥରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ୫୩ ବର୍ଷୀୟ ଅପଟନ୍ ଭାରତୀୟ କ୍ରିକେଟ୍ ଦଳର ମାନସିକ ସ୍ଥିରତା ପ୍ରଶିକ୍ଷକ ଭା‌ବେ ୱେଷ୍ଟଇଣ୍ଡିଜ୍‌ରେ ଶୃଙ୍ଖଳା ଖେଳୁଥିବା ଦଳ ସହ ଯୋଗ ଦେଇଛନ୍ତି। ଏହି ପଦ ପାଇଁ ଉପଟନଙ୍କ ନାଁ ଏବେକାର ମୁଖ୍ୟ ପ୍ରଶିକ୍ଷକ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ ସୁପାରିସ କରିଥିଲେ। ଯାହାକୁ ବିସିସିଆଇ ଗ୍ରହଣ କରିନେଇଛି।

ଦ୍ରାବିଡ଼ ଓ ଅପଟନ୍ ୨୦୧୦ ମସିହାରେ ଆଇପିଏଲ୍ ଦଳ ରାଜସ୍ଥାନ ରୟାଲ୍ସ ପାଇଁ ଏବଂ ପରବର୍ତ୍ତୀ ସମୟରେ ଦିଲ୍ଲୀ ଡେୟାରଡେଭିଲ୍ସ ଲାଗି ଏକାଠି କାମ କରିଥିଲେ। ଉପଟନ ମଧ୍ୟ ଦକ୍ଷିଣ ଆଫ୍ରିକା ଜାତୀୟ କ୍ରିକେଟ୍ ଦଳର ପ୍ରଦର୍ଶନ ନିର୍ଦ୍ଦେଶକ ଏବଂ ଅଷ୍ଟ୍ରେଲିଆର ଘରୋଇ ଟ୍ବେଣ୍ଟି-୨୦ ଲିଗ୍ ‘ବିଗ୍ ବାସ୍’ର ପ୍ରମୁଖ ଦଳ ସିଡ୍‌ନି ଥଣ୍ଡର୍ସର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ସଫଳତାର ସହ ତୁଲାଇ ସାରିଛନ୍ତି। ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଆଖି ଆଗରେ ରଖି ବିସିସିଆଇ ଉପଟନଙ୍କୁ ନିଯୁକ୍ତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe