ନିଝନି: ଫ୍ରାନ୍ସ ବିପକ୍ଷ ଶନିବାରର କ୍ୱାର୍ଟର ଫାଇନାଲ୍ ମୁକାବିଲା ପୂର୍ବରୁ ଉରୁଗୁଏ ଫୁଟବଲ୍ ଦଳର ଚିନ୍ତା ବଢ଼ି ଯାଇଛି। ଏହି ଦଳର ତାରକା ଖେଳାଳି ଏଡିନସନ୍ କାଭାନି ଏହି ମ୍ୟାଚ୍ରେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କାଭାନିଙ୍କ ନଳି ଗୋଡ଼ରେ ଆଘାତ ଲାଗିଥିଲା ବେଳେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ନଥିବା ଜଣା ପଡ଼ିଛି। କାଭାନି ସୁସ୍ଥ ନହେଲେ ଉରୁଗୁଏ ଆକ୍ରମଣ ଅପେକ୍ଷାକୃତ ଦୁର୍ବଳ ହୋଇଯିବ ବୋଲି ଫୁଟବଲ୍ ପଣ୍ଡିତ ମାନେ ଆଗରୁ କହି ସାରିଲେଣି।
କାଭାନିଙ୍କୁ ନେଇ ଆଶଙ୍କାରେ ଉରୁଗୁଏ
Advertisment
Follow Us