ଋଷଭ ପନ୍ଥଙ୍କ ବିଷୟରେ ପଚାରିବାରୁ ଏହି କାରଣରୁ ଉର୍ବଶୀ କହିଲେ, ‘ଏହା ମୁଁ ହେବାକୁ ଦେବିନି’

Advertisment
ଋଷଭ ପନ୍ଥଙ୍କ ବିଷୟରେ ପଚାରିବାରୁ ଏହି କାରଣରୁ ଉର୍ବଶୀ କହିଲେ, ‘ଏହା ମୁଁ ହେବାକୁ ଦେବିନି’

www.google.com

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ପୁଣି ଥରେ କ୍ରିକେଟ୍ ତାରକା ଋଷଭ ପନ୍ଥଙ୍କ କାରଣରୁ ଲାଇମଲାଇଟକୁ ଆସିଛନ୍ତି। ଉର୍ବଶୀ ଯେକୌଣସି ପୋଷ୍ଟ ସେୟାର କଲେ ବି ଲୋକଙ୍କୁ କ୍ରିକେଟରଙ୍କ କଥା ମନେ ପଡ଼ି ଯାଇଥାଏ। ଉର୍ବଶୀଙ୍କର ନିକଟରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ଆପଣ ଜାଣନ୍ତି ଯେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଋଷଭ ପନ୍ଥ ଏକ ବିରାଟ ଦୁର୍ଘଟଣାର ସାମ୍ନା କରିବା ପରେ ଏବେ ବିଶ୍ରାମ କରୁଛନ୍ତି। ଆଇପିଏଲ୍‌ରେ ଋଷଭ ଦିଲ୍ଳୀ ଟିମ୍‌ର ଅଧିନାୟକ ହୋଇଥାନ୍ତେ। ତାଙ୍କ ଦାୟିତ୍ବ ଏବେ ସମ୍ଭାଳିବେ ଡେଭିଡ୍‌ ୱାର୍ଣ୍ଣର୍‌।

ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବ‌େଳେ ଋଷଭ ପନ୍ଥଙ୍କ କାରଣରୁ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି। ସେ ସିଧାସଳଖ ଋଷଭଙ୍କ ନାମ ନନେଇ ଥରେ କହିଥିଲେ ଯେ ଜଣେ ଆର୍‌ପି ନାମକ ଯୁବକ ତାଙ୍କୁ ଭେଟିବାକୁ ଖୁବ୍ ବିବ୍ରତ ହେଉଛନ୍ତି।

ଏହା ପରେ ପନ୍ଥ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ, ‘ମୋ ପିଛା ଛାଡ଼ ଭଉଣୀ।’ ଏହା ପରେ ପନ୍ଥ ଏହି ପୋଷ୍ଟ୍‌କୁ ହଟେଇ ଦେଇଥିଲେ। ଆପଣ ଜାଣନ୍ତି ଯେ ଋଷଭ ଦୁର୍ଘଟଣାର ଶିକାର ହେବା ପରେ ଉର୍ବଶୀ ତାଙ୍କ ପାଇଁ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା ବି କରିଥିଲେ।

ନିକଟରେ ଜଣେ ରିପୋର୍ଟର ଉର୍ବଶୀଙ୍କୁ ପନ୍ଥଙ୍କ ବିଷୟରେ ପଚାରିବାରୁ ସେ ରାଗିଗଲେ ଓ କୌଣସି ମତ ନଦେଇ ସେଠାରୁ ଚାଲିଗଲେ। ରିପୋର୍ଟରଙ୍କ ପ୍ରଶ୍ନରେ ଉତ୍ତର ଦେଇ ଉର୍ବଶୀ କହୁଥିବାର ଶୁଣିବାକୁ ମିଳିଛି, ‘ଆପଣଙ୍କୁ କ’ଣ ଦରକାର? ଆପଣଙ୍କୁ ଦରକାର ଟିଆର୍‌ପି, ଟିଆର୍‌ପି ଆଉ ଟିଆର୍‌ପି। ଏହା ମୁଁ ହେବାକୁ ଦେବିନି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe