ୟୁଏସ୍‌ ଓପନ୍ : ଦ୍ୱିତୀୟ ରାଉଣ୍ଡରେ ସୁମିତ, ୭ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ

Advertisment
ୟୁଏସ୍‌ ଓପନ୍ : ଦ୍ୱିତୀୟ ରାଉଣ୍ଡରେ ସୁମିତ, ୭ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ

US Open

ନ୍ୟୁୟର୍କ : ଭାରତୀୟ ଟେନିସ ତାରକା ସୁମିତ ନଗଲ ଚଳିତ ୟୁଏସ୍‌ ଓପନ୍‌ର ପ୍ରଥମ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ଏଥିସହ ସେ ୭ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ କୌଣସି ଗ୍ରାଣ୍ଡ ସ୍ଲାମ୍‌ର ମୁଖ୍ୟ ପର୍ଯ୍ୟାୟରେ ବିଜୟ ପାଇବାରେ କୀର୍ତ୍ତିମାନ ରଚିଛନ୍ତି। ପୁରୁଷ ଏକକ ପ୍ରଥମ ପର୍ଯ୍ୟାୟର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସୁମିତ ୬-୧, ୬-୩, ୩-୬, ୬-୧ ସେଟ୍‌ରେ ଆମେରିକାର ବ୍ରାଡଲେ କ୍ଲାନଙ୍କୁ ମାତ୍‌ ଦେଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୨୩ ବର୍ଷୀୟ ସୁମିତ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଅଷ୍ଟ୍ରିଆର ଡୋମିନିକ ଥିମ୍‌ଙ୍କୁ ଭେଟିବେ। ଥିମ୍‌ ପ୍ରଥମ ପର୍ଯ୍ୟାୟରେ ସ୍ପେନ୍‌ର ଜୌମେ ମୁନାରଙ୍କୁ ୭-୬, ୬-୩ (ରିଟାର୍ଡ) ହରାଇଥିଲେ।

ସୁମିତ ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ୍‌ର ମୁଖ୍ୟ ଡ୍ର’ରେ ଗତ ବର୍ଷ ୟୁଏସ୍‌ ଓପନ୍‌ରେ ଖେଳିଥିଲେ। ପ୍ରଥମ ରାଉଣ୍ଡରେ ସେ ବିଶ୍ବର ଶ୍ରେଷ୍ଠ ତାରକା ରୋଜର ଫେଡେରର୍‌ଙ୍କଠୁ ହାରି ଯାଇଥିଲେ। ହେଲେ ଏହି ଭାରତୀୟ ତାରକା ଫେଡେରର୍‌ଙ୍କ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷ ସେହି ଅଭିଜ୍ଞତାକୁ ପଥେୟ କରି କ୍ଲାନଙ୍କ ବିପକ୍ଷ ପ୍ରଥମ ସେଟ୍‌କୁ ଅତି ସହଜରେ ଜିତି ନେଇଥିଲେ। ଦ୍ବିତୀୟ ସେଟ୍‌କୁ ଟିକେ ସଂଘର୍ଷ କରି ଜିତିବା ପରେ ତୃତୀୟ ‌ସେଟ୍‌ ହାରି ଯାଇଥିଲେ। ଚତୁର୍ଥ ସେଟ୍‌ରେ ପ୍ରତ୍ୟାବର୍ତ୍ତନ କରିବା ସହ ୬-୧ରେ ଜିତି ଦ୍ବିତୀୟ ରାଉଣ୍ଡ ସ୍ଥାନ ପକ୍କା କରିଥିଲେ। ଏଥିସହ ଗତ ୭ ବର୍ଷ ମଧ୍ୟରେ କୌଣସି ଗ୍ରାଣ୍ଡ ସ୍ଲାମ୍‌ ପ୍ରଥମ ରାଉଣ୍ଡ ଅତିକ୍ରମ କରିବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ଏହା ପୂର୍ବରୁ ୨୦୧୩ ୟୁଏସ୍‌ ଓପନ୍‌ରେ ‌ସୋମଦେବ ଦେବବର୍ମନ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe